!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କାଳିମାଟି ) – ଖଣି କାରଖାନା ପାଇଁ ରାଜ୍ୟ ରାଜକୋଷ କୁ ସବୁଠାରୁ ଅଧିକା ରାଜସ୍ଵଦେଉଥିବା ଅଞ୍ଚଳ ର ରାସ୍ତାର ଅବସ୍ଥା ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଆମେ କହୁଛୁ କାଳି ମାଟି ଠାରୁ ଦୁବୁନା ପର୍ଯ୍ୟନ୍ତ ରାସ୍ତା କଥା। ଏଠାରେ ବାହୁବଳୀ ବିଧାୟକଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ର ବିଧାୟିକା ମୀନାକ୍ଷୀ ମହାନ୍ତ ଙ୍କ ପର୍ଯ୍ୟନ୍ତ , ସମସ୍ତେ ନିଜର ପତିଆରା ଦେଖାଇ ନିଜର ଆଧିପତ୍ୟ ବିସ୍ତାର କରି ଚାଲିଥିବା ବେଳେ ଏହି ଖଣି ଅଞ୍ଚଳର ବିକାଶ ପାଇଁ କାହାରି ନଜର ନାହିଁ । ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏ ଅଞ୍ଚଳ ପାଲିଟିଛି ପ୍ରଶାଶନର ସାବତ ପୁଅ । ଏ ଅଞ୍ଚଳରେ କାଳିମାଟି ଠାରୁ ଦୁବୁନା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ୨୦୧୮ ମସିହାରେ DMF ରୁ ୧୨ କୋଟି ୮୭ ଲକ୍ଷ ୮୬ ହଜାର ୫୪୬ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାର ସଂପାଦନ କାର୍ଯ୍ୟ ଜିଲା ରାସ୍ତା ଓ ଗୃହ ବିଭାଜନ ବିଭାଗକୁ ଦିଆଯାଇଥିଲା । ଏବଂ ବିଭାଗ ଦ୍ବାରା ଏହି କାର୍ଯ୍ୟ ବି.ବି. ଇନ୍ଫ୍ରାସଲୁସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠିକା ସଂସ୍ଥାକୁ ଦିଆଯାଇଥିଲା ।
ଏହାର ନିର୍ମାଣ କାର୍ଯ୍ୟ ୧୮- ୪ – ୨୦୧୮ ରୁ.ଆରମ୍ଭ ହୋଇ୧୭-୨ – ୨୦୧୯ ରେ ସରିବାର ଥିଲା ଶୁଚନା ଫଳକ ଅନୁଶାରେ ଏହି ରାସ୍ତା କାମ ୨ ବର୍ଷ ୪ ମାସ ଆଗରୁ ସରିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ଅବସ୍ତା ଯଥାପୂର୍ବଂ ତଥା ପରଂ । ଏହି ରାସ୍ତା ପରିଦର୍ଶନ ରେ ନିଜେ ଜିଲ୍ଲାପାଳ ଆଶି ବୁଲି ଦେଖିଥିଲେ । ତାହା ବି ବର୍ଷେ ଉପରେ ହେବା ପରେ ମଧ୍ୟ କୌଣଷି ସୁଫଳ ମିଳି ନ ଥିଲା। ତେବେ କାର୍ଯ୍ୟ ଦେଶ ସରିବାର ୨ ବର୍ଷ ୪ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାଶନିକ ସ୍ଥର ରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ହେବା ନିଶ୍ଚୟ ପ୍ରଶ୍ଳବାଚୀ ଶୃଷ୍ଟି କରିଛି। ଏବଂଏଥିରୁ ଯଣା ପଡୁଛି ଠିକା ସଂସ୍ଥା ଓ ଯନ୍ତ୍ରୀ ମାନଙ୍କ ମଧ୍ୟରେ ଥିବା ମଧୁର ସମ୍ପର୍କ | ପ୍ରକାଶ ଯୋଗ୍ୟ ଯେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଟ୍ରିପ ଖଣିଜ ସାମଗ୍ରୀ ପରିବହନ ହେଉଥିବା ବେଳେ ଏହି ରାସ୍ତା ଉପରେ ଆଖପାଖ ୩ ଟି ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି । ତେଣୁ ରାସ୍ତାର ଏପରି ଅବସ୍ଥା ଯୋଗୁ ପ୍ରାୟ ପ୍ରତିଦିନ ଏଠାରେ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଉଥିବାର ଦେଖିବା ପାଇଁ ମିଳୁଛି। ତେବେ ଏ ଅଞ୍ଚଳବାସୀଙ୍କ ପାଇଁ ଏହି ରାସ୍ତା ଏବେ ପାଲଟିଛି ମରଣଯନ୍ତା ।