ଶୈବ ପୀଠରେ ଶୀତଳ ଷଷ୍ଠୀ ଉତ୍ସଵ ଅନୁଷ୍ଠିତ…!

!!! ଗଞ୍ଜାମ୍ ରୁ ଜିଲ୍ଲା ପ୍ରତିନିଧି ପବିତ୍ର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) –  ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବିଭିନ୍ନ ଶୈବ ମନ୍ଦିରରେ ପବିତ୍ର ରଜ ସଂକ୍ରାନ୍ତି ସହ ଶୀତଳ ଷଷ୍ଠୀ ଉତ୍ସଵ ନିରାଡ଼ମ୍ବର ସହ ବିନା ଭକ୍ତରେ ପାଳିତ ହୋଇଯାଇଛି । ସାଙ୍କୁଡା ସ୍ଥିତ ଧବଳେଶ୍ବର ମନ୍ଦିର ପରିସରରେ ଆଜି ଅପରାହ୍ନରେ ଶିବ ଓ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକ ସୁସଜ୍ଜିତ ବିମାନରେ ମହାଦେବ ଶିବଙ୍କ ପ୍ରତିମାଙ୍କୁ ବେଢ଼ା ମଧ୍ୟକୁ ଅଣାଯିବ। ପରେ ଦେବୀ ପାର୍ବତୀଙ୍କ ପ୍ରତିମାଙ୍କୁ ମଧ୍ୟ ନିର୍ମିତ ବେଦୀକୁ ଅଣାଯିବା ପରେ ପୁରୋହିତଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମାପନ କରାଯାଇଥିଲା।

ଏହା ସହ ବେଢ଼ା ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଳ୍ପ ପୂଜାରୀ ଉପସ୍ଥିତ ରହି କେବଳ ରୀତିନିତି ଅନୁସାରେ ପୂଜା କାର୍ଯ୍ୟ ସମାପନ କରାଯାଇଥିଲା। ଉଭୟ ପକ୍ଷରୁ ପୂଜାରୀ ଉପସ୍ଥିତ ରହି ନିରାଡ଼ମ୍ବର ସହକାରେ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ସେହିପରି ବ୍ଲକର ଦଣ୍ଡେଶ୍ୱର ମନ୍ଦିର, ତୁମ୍ବେଶ୍ୱର ମନ୍ଦିର, ତାଳେଶ୍ୱର ମନ୍ଦିର, ଜଗତେଶ୍ୱର ମନ୍ଦିର, ଅମରେଶ୍ୱର ମନ୍ଦିର, ସିଦ୍ଧେଶ୍ଵର ମନ୍ଦିର ସମେତ ସମସ୍ତ ଶୈବ ମନ୍ଦିରରେ ଶୀତଳଷଷ୍ଠୀ ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *