ମୁନିଗୁଡା ରେ ହାତୀ ଆତଙ୍କ,ନଷ୍ଚ କଲେ ବ୍ୟାବକଫସଲ ସହ ବାସଗୃହ।
!!! ରାୟଗଡା ଜିଲ୍ଲାରୁ ପ୍ରତିନିଧି ପି.ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡା)- ମୁନିଗୁଡା ଅନ୍ତର୍ଗତ ଗତ କାଲି ରାତିରେ ରାଜୁଲୁଗୁଡା ଓ ଗଣ୍ଡାଗୁଡା ଗାଁ ଅଞ୍ଚଳରେ ଏକ ହାତୀ ପଲ୍ଲ ଆସି ଗାଁ ନିକରେ ଥିବା ୨ ଟି ଘର ଭାଙ୍ଗିଦେବା ସହ ସୋଲାର ପ୍ଲେଟ ,ସପୁରୀ, କଦଳୀ ଓ ଆମ୍ବ ଗଛ ସବୁ ସଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ନିକଟ ନିୟମଗିରୀ ପାହାଡରେ ସେହି ହାତୀପଲ ଥିବା ଜଣାପଡିଛି । ଏହି ହାତୀ ପଲ୍ଲରେ ୩ ଟି ଦନ୍ତାହାତୀ ସହ ୧୩ଟି ହାତୀ ଥିବା ଜଣାପଡିଛି, ଏହି ହାତୀ ପଲ ରାତି ୯ରୁ ୧୦ ଟା ମଧ୍ୟରେ ଆସିଥିବା ଗ୍ରାମବାସୀ କହିଛନ୍ତି ।

ଏଥିରୁ ଅଳ୍ପକେ ବଞ୍ଚିଯାଇଛନ୍ତି ଯୋଶୋଦା ସାହୁ।ସେ ତାଙ୍କ ଘରେ ଶୋଇଥିବା ବେଳେ ହାତୀପଲ ଆସି ତାଙ୍କ ଘରଭାଙ୍ଗି ଦେବାସହ ଘରର ଆସବାବ ପତ୍ର ନଷ୍ଟକରି ଦେଇଥିଲେ। ହାତୀକୁ ଦେଖି ଯୋଶଦା ବେହୋଶ ହୋଇ ଯାଇଥିଲେ, କିନ୍ତୁ ହାତିମାନେ ଯୋଶଦାଙ୍କ କିଛି କ୍ଷତି କରିନାହାନ୍ତି । ଖବରପାଇ ମୁନିଗୁଡା ରେଞ୍ଦରଙ୍କ ନିର୍ଦ୍ଧେଶ କ୍ରମେ ଆଜି ବନବିଭାଗର ଅଧିକାରୀ ମାନେ ଗାଁରେ ପହଞ୍ଚି ଲୋକଙ୍କ ତଥ୍ୟ ସଂଗ୍ରହ କରିଥିବା ବେଳେ ସରକାରଙ୍କ ନିୟମ ଅନୁଯାଇ ସହାୟତା ଯୋଗାଇ ଦିଆଯିବବୋଲି କହିଛନ୍ତି ଫରେଷ୍ଚର୍ । ଏପଟେ ହାତୀ ପଲକୁ ଦେଖି ଅଞ୍ଚଳରେ ଆତଙ୍ ସୃଷ୍ଟି ହୋଇଛି । ତେଣୁ ବନ ବିଭାଗ ଶୀଘ୍ର ହସ୍ତକ୍ଷେପ କରି ହାତୀ ପଲକୁ ବନକୁ ଘଉଡ଼ାଇ ଜନ ବସତିକୁ ସୁରକ୍ଷିତ କରିବାକୁ ଦାବି ହେଉଛି ।

