!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଭାମିନି ସ୍ଥିତ ଆଇ. ଆର. ବି କେମ୍ପ ମଧ୍ୟରେ ତୁମୁଳକାଣ୍ଡ । ଏଠାରେ କାର୍ଯ୍ୟରତ କମାଣ୍ଡେଣ୍ଟ ଦିଲ୍ଲୀପ କୁମାର ମହାପାତ୍ରଙ୍କ ବିବାହ ବାର୍ଷିକୀ ଉତ୍ସବ ପାଳନ ଅବସରରେ ଆୟୋଜିତ ଏକ ଭୋଜିରେ କୌଣସି ଏକ କାରଣ କୁ ନେଇ ଜଣେ କାର୍ଯ୍ୟରତ ସିପାହୀ ଏବଂ କମାଣ୍ଡେଣ୍ଟ ଙ୍କ ମଧ୍ୟରେ ବଚସା ତୁମୁଳକାଣ୍ଡର ଆକାର ନେଇଥିବା କୁହାଯାଇଛି । କେଉଁ ବିଷୟକୁ ନେଇ ଏଭଳି ଘଟଣା ଘଟିଛି ବୋଲି ପଚାରିବାରୁ ସିପାହୀ ଜଣକ ମତବ୍ୟକ୍ତ କରିଛନ୍ତି କି ,ବଂଶଧାରା ନଦୀ ପଠାରୁ ବେଆଇନ ଭାବେ ବାଲି ଉଠାଇ କ୍ୟାମ୍ପ ପରିସର ମଧ୍ୟରେ ଗଚ୍ଛିତ କରି ରଖିବା ସହ ଆନ୍ଧ୍ର କୁ ବେଆଇନ ବାଲି ଚାଲାଣ କୁ ନେଇ ସେ ଅଭଯୋଗ କରୁଥିବା ଏବଂ ଆଜି ବିବାହ ବାର୍ଷିକୀ ଭୋଜି କରିବା ଅବସରରେ ଏହାକୁ ବିରୋଧ କରି କୋଭିଡ – ୧୯ ନିୟମକୁ ଉଲ୍ଲଂଘନ କରି କେମିତି ଭୋଜି କରାଯାଉଛି ବୋଲି କହିବାରୁ ତାଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଛି ।

ସିପାହୀଙ୍କର ଏହି ବୟାନ କୁ କେନ୍ଦ୍ରକରି ଏକ ଉଚ୍ଚ ସ୍ତରୀୟ ତଦନ୍ତର ଅଵଶ୍ୟତା ଅବସମ୍ଭାବି ହୋଇପଡିଛି । ଏହାବି ପ୍ରଶ୍ନ ଉଠୁଛି ଯଦି କ୍ୟାମ୍ପ ପରିସରରେ ଏତେ ପରିମାଣର ବାଲି ଗଚ୍ଛିତ କରାଯାଇଛି ତେବେ ଏହା ସମ୍ପୃକ୍ତ ତହସିଲ କର୍ତ୍ତୃପକ୍ଷଙ୍କ ନଜରକୁ ଆସିନାହିଁ କିପରି ? ସିପାହୀଙ୍କ ବୟାନ ର ପ୍ରତିକ୍ରିୟା ନେଇ କମାଣ୍ଡେଣ୍ଟ ଙ୍କୁ ବୁଝିବାକୁ କୁ ପ୍ରୟାସ କରିବା ବେଳେ ସେ ପ୍ରତିକ୍ରିୟା ବୟାନ ଦେବା ବଦଳରେ ସମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ବୁମ କୁ ଠେଲିଦେଇଥିଲେ । ବଚସା ହାତାହାତି ପର୍ଯ୍ୟନ୍ତ ଯାଇଛି । ଏଥିରେ ସିପାହୀ ଜଣକ ଲହୁଲୁହାଣ ହୋଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି ।ସିପାହୀ କ୍ଷୀରୋଦ ବାଗ ଙ୍କୁ କମାଣ୍ଡେଣ୍ଟ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରି ମାଡ଼ ମାରିଥିବା ନେଇ ଅଭିଯୋଗକାରୀ ଗୁଣପୁର ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

ବାଗ ଙ୍କ ଏତଲା କ୍ରମେ ମହାପାତ୍ରଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 341, 294,323,506,34 IPC R/W 3(1) (r) (s) ST/SC pro act କ୍ରମେ 72/21 କେସ ନମ୍ବରରେ ମାମଲା ରୁଜୁ ହୋଇଥିବା ବେଳେ ଶ୍ରୀ ମହାପାତ୍ରଙ୍କ ଅଭିଯୋଗ କ୍ରମେ ବାଗ ଙ୍କ ବିରୁଦ୍ଧରେ ଧାରା 341,323,294,427,506 IPC R/W 3 Pdpp act କ୍ରମେ ଥାନା 71/21 କେସ ନମ୍ବର ରେ ଏକ ମାମଲା ରୁଜୁ ହୋଇଛି । ଏନେଇ ଗୁଣପୁର ଆଦର୍ଶ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here