!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର ) – କରୋନାସଂକ୍ରମଣ ଯୋଗୁଁ କାମ ଧନ୍ଦା ବନ୍ଦ ହେବାରୁ ଅନ୍ୟ ପନ୍ଥା ନପାଇ ହାଇଦ୍ରାବାଦ ରୁ ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅଧୀନସ୍ଥ ନିଜ ଭିଟାମାଟି ଗୁଡ଼ିଆ ବନ୍ଧ ଗ୍ରାମକୁ ଫେରିବା ବାଟରେ ବାପାଙ୍କ ମୃତ୍ୟୁର କିଛିଦିନ ପରେ ମାଆଙ୍କ ମୃତ୍ୟୁ ହୋଇ ଯାଇଥିବା ହେତୁ ନାବାଳିକା ଅନାଥ ଶିଶୁ ଦୁଇ ଭଉଣୀ ମାମୁଁ ଙ୍କ ଆଶ୍ରିତ ଅଛନ୍ତି ।ଏମାନଙ୍କ ଆଗାମୀ ଭବିଷ୍ୟତ ପାଇଁ ସହଯୋଗର ହାତ ବଢ଼ାଇବା ନିମନ୍ତେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଉପ ଜିଲ୍ଲାପାଳ ସୋନାଲ ଜେନା ଉଭୟ ଶିଶୁଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏହାର କିଛିଦିନପରେ ଗୁଣପୁର ଜିଆଇଟି ର ସଭାପତି ଡ଼ଃ ସତ୍ୟପ୍ରକାଶ ପଣ୍ଡା ଉଭୟ ଶିଶୁଙ୍କର ସମସ୍ତ ପାଠ ପଢ଼ାର ଦାୟୀତ୍ୱ ନେବା ସହ ସେମାନେ ଯେଉଁ ପାଠ ପଢିବା କୁ ଚାହିଁବେ ତାଙ୍କୁ ସେହି ରାସ୍ତାରେ ସହଯୋଗ କରିବା ନିମନ୍ତେ ପ୍ରତି ଶୃତି ଦେଇଛନ୍ତି । ଏହି ଘୋଷଣା ଖବର ଗଣମାଧ୍ୟମ ରେ ପ୍ରସାର ହେବାପରେ ଏହା ସାଧାରଣରେ ଚର୍ଚ୍ଚାର ପରିସରକୁ ଆସିଥିଲା । ରାୟଗଡା ଜିଲାରେ ପ୍ରତିଷ୍ଠିତ ପ୍ରକଳ୍ପମାନ ଅଞ୍ଚଳର ବିକାଶ ଦିଗରେ କିଛି ସହାୟତାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଜିଆଇଟି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ନେଇ କିଛି ଦିନ ତଳେ ଫେସବୁକ ରେ ବାଦ ବିବାଦ ଚାଲିବା ମାଧ୍ୟରେ ଏହି ଦୁଇ ଝିଅଙ୍କୁ ପାଠ ପଢ଼ାଇବା ଦାୟିତ୍ୱ ନେବେ କହି ଜିଆଇଇଟିି କିଛି କରିଥିବା କହୁଛନ୍ତି ବୋଲି କୁହାଗଲା ।

