ଚନ୍ଦ୍ରଶେଖର ହେଲେ ଉପସଭାପତି, ବିକ୍ରମ ସାଧାରଣ ସମ୍ପାଦକ ।

ବିମ୍ବାଧର କୁଅଁରଙ୍କୁ ମିଳିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ,  ଦେବାଶିଷ ସାମନ୍ତରାୟ ହେଲେ ଜିଲ୍ଲା ବିଜେଡି ସଭାପତି କଟକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ ଏକ ଅବଦଳବଦଳ କରିଛନ୍ତି । ଏହିକ୍ରମରେ ଦଳର ଉପ-ସଭାପତି ଶ୍ରୀ ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍‍ଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଶ୍ରୀ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଛି । ଏଥିସହ ଶ୍ରୀ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇଛି । ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପ-ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶ୍ରୀ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସଂପାଦକ ଓ ଡ. ସସ୍ମିତ ପାତ୍ରଙ୍କୁ ସଂପାଦକ (ସଂଖ୍ୟାଲଘୁ ବ୍ୟାପାର) ଭାବେ ନିଯୁକ୍ତି ମିଳିଛି । ସେହିପରି ଶ୍ରୀ ଅଶୋକ ବଳ, ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ, ଶ୍ରୀ ପ୍ରମୋଦ କୁମାର ସାହୁ, ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀ ରବି ସାମଲ, ଶ୍ରୀ ତପନ ଦାସ ଓ ଶ୍ରୀ ଟି. ପ୍ରସାଦ ରାଓ ଦୋରାଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଦଳର ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ପ୍ରମୋଦ କୁମାର ରଥଙ୍କୁ ତାଙ୍କ ପଦବୀରୁ ଅବ୍ୟାହତି ଦିଆଯାଇଛି ।

ସେହିପରି ଶ୍ରୀ ବିମ୍ବାଧର ବିଶ୍ୱାଳଙ୍କୁ ଦଳର କେନ୍ଦୁଝର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶ୍ରୀମତୀ ରୀନା ବାରିକଙ୍କୁ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି । ଏଥିସହ ମହମ୍ମଦ ସକିଲ୍‍ଙ୍କୁ ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଶ୍ରୀ ମନୋହର ରନ୍ଧାରୀଙ୍କୁ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ, ଶ୍ରୀ ପ୍ରୀତମ ମେହେରଙ୍କୁ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ, ଶ୍ରୀ ଶିବ ପଟ୍ଟନାୟକଙ୍କୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଏବଂ ଶ୍ରୀ ନାରାୟଣ ପାତ୍ରଙ୍କୁ କୋଟ୍‍ପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ବିଜୁ ଜନତା ଦଳ ସଭାପତି  ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ଶ୍ରୀ କୁଶ ଆପଟ୍ଟ ଏବଂ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଶ୍ରୀ ରଞ୍ଜନ କୁମାର ଖଣ୍ଡୁଆଳ ଏବଂ ଶ୍ରୀମତୀ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିବା ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *