!!! ରାୟଗଡ଼ ରୁ ଜିଲ୍ଲା ପ୍ରତିନିଧି ପି॰ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ(ରାୟଗଡ଼)- ସେବା ଭାରତୀ ଆନୁକୂଲ୍ୟ ରେ ଆଜି ସ୍ଥାନୀୟ ସରସ୍ପତୀ ଶିଶୁ ବିଦ୍ଯା ମନ୍ଦିର ଠାରେ କୋଭିଡ ତୃତୀୟ ଲହର ର ଭୟଭୟତା କୁ ଆଶଙ୍କା କରି ଏକ ପ୍ରସ୍ତୁତି ଏବଂ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ ସ୍ୱାମି ଶ୍ରୀ ଚୈତନ୍ୟ ରାମଜୀ, ଆରୋଗ୍ୟ ଭାରତୀ ର ଡ. ଶ୍ରୀ ରମେଶ ଚନ୍ଦ୍ର ମିଶ୍ର , ପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ କୁମାର ରାଉତ, ଜିଲ୍ଲା ସେବା ପ୍ରମୁଖ ଶ୍ରୀ ବାମ ଦେବ ପଟ୍ଟନାୟକ ମଞ୍ଚାସିନ ଥିଲେ. ସ୍ୱାମି ଶ୍ରୀ ଚୈତନ୍ୟ ରାମଜୀ ଏବଂ ଡ. ଶ୍ରୀ ରମେଶ ଚନ୍ଦ୍ର ମିଶ୍ର ଦ୍ବୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥଲେ. ଶ୍ରୀ ଦିପକ କୁମାର ରାଉତ ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେଇ କୋଭିଡ ପ୍ରଥମ ଏବଂ ଦ୍ୱିତୀୟ ଲହର ରେ କିଭଳି ସେବା ଭାରତୀ ର କାର୍ଯ୍ୟକର୍ତା ସେବା ମନ ଭାବ ନେଇ ଜିଲ୍ଲା ତଥା ରାଜ୍ୟ ରେ ନିଜ ଜୀବନ କୁ ବାଜି ଲଗେଇ ସେବା ଯୋଗେଇ ଥିଲେ ସେ ବିଷୟରେ ଆଲୋକପାତ କରିଥିଲେ.ସ୍ୱାମୀ ଶ୍ରୀ ଚୈତନ୍ୟ ରାମଜୀ ମାର୍ଗ ଦର୍ଶନ କରିବା ସହ କିଭଳି ଆମେ କୋରାନା ରୁ ରକ୍ଷା ପାଇବା ସେ ବିଷୟରେ ସୂଚନା ଦେଇଥିଲେ. ଦ୍ୱିତୀୟ ସତ୍ର ରେ ଡ.ଶ୍ରୀ ରମେଶ ଚନ୍ଦ୍ର ମିଶ୍ର ଭାରତୀୟ ଜୀବନ ପଦ୍ଧତି ଏବଂ ଆୟୁର୍ବେଦ ସାହାଯ୍ୟ ନେଇ କିଭଳି ଆମେ କରୋନା ତୃତୀୟ ଲହର ରୁ ବଞ୍ଚି ପରିବା ସେ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ ।
ଶ୍ରୀ ବାମଦେବ ପଟ୍ଟନାୟକ ଜିଲ୍ଲା ରେ ଚାଲୁଥିବା ବିଭିନ୍ନ ସେବା କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ. ଶେଷ ସତ୍ର ରେ ନଗର ସେବା ପ୍ରମୁଖ ଶ୍ରୀ ଶଶୀ ଭୂଷଣ ହୋତା oxygen cylinder, oxygen concentrator, oximeter ର ଆବଶ୍ଯକ ସମୟରେ କିଭଳି ବ୍ୟବହାର କରିହେବ ସେ ବିଷୟରେ ବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ଆୟୁଷ-64 ଔଷଧ ଏବଂ ହୋମିଓପାଥିକ ଔଷଧ ବିନା ମୂଲ୍ୟ ରେ ପ୍ରଶିକ୍ଷଣ ରେ ଯୋଗ ଦେଇଥିବା ଭାଇ ଭଉଣୀ ମାନଙ୍କୁ ଦିଆଯାଇଥିଲା. ରାୟଗଡ ନଗର ରେ ବିନା ମୂଲ୍ୟ ରେ ଆୟୁଷ-64, ପିଲା ମାନଙ୍କ ପାଇଁ କରୋନା ପ୍ରତିରୋଧକ ହୋମିଓପାଥୀକ ଔଷଧ, oxygen cylinder, ଏବଂ oxygen concentrator ଘରେ ଘରେ ସେବା ଭାରତୀ କାର୍ଯ୍ୟକର୍ତା ଙ୍କ ଦ୍ୱାରା ପହଞ୍ଚାଯିବ ବୋଲି ସୂଚନା ଦିଆଯାଇଛି. ଏହି କାର୍ଯ୍ୟକ୍ରମ ରେ ସକ୍ଷମ ପ୍ରାନ୍ତ ସଚିବ ଶ୍ରୀ ରାମ ଚନ୍ଦ୍ର ସାହୁ, ପ୍ରାନ୍ତ କୁଟୁମ୍ଭ ପ୍ରବନ୍ଧକ ଜନ୍ମେଜୟ ପାଣିଗ୍ରାହୀ, ଶ୍ରୀ ବିଜୟ ମିଶ୍ର ସନମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ. ବ୍ୟବସ୍ଥା ରେ ବିଦ୍ୟା ଭୂଷଣ ପଣ୍ଡା, ଶ୍ୟାମ କୁମାର ଦାଶ,ଅଜୟ କୁମାର ଚୂଲେଟ, ପି.ମୁରଲୀ, ଆଶିଷ ସିନା, ସନ୍ତୋଷ ସାହୁ, ଟି. ନାଗରାଜୂ, ଜଗଦିଶ ସୁନାରି, ସୁଶାନ୍ତ ମିଶ୍ର, ରାଜେଶ ପାଣିଗ୍ରାହୀ, ବିଶ୍ୱ ହିନ୍ଦୁ ପରିଷଦ ର କିଶୋର କୁମାର ସାହୁ, ରଜତ ରଞ୍ଜନ ଖଟୁଆ, ଭବାନି ମିଶ୍ର, ଶୁଭେନ୍ଦୁ ଧଳ, ସୁରେନ୍ଦ୍ର କୁମାର ସାହୁ ସହଯୋଗ କରିଥିଲେ. ଏହି ପ୍ରଶିକ୍ଷଣ ଶିବିର ରେ ରାୟଗଡ ନଗର ର ୧୦୦ ରୁ ଉର୍ଦ୍ଧ ଭାଇ ଭଉଣୀ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ ଏବଂ ସେମାନେ ଆରୋଗ୍ୟ ମିତ୍ର ଭାବେ ସମାଜ ସେବା ଆଗାମି ଦିନରେ ସହରରେ ଯୋଗେଇବେ ବୋଲି ସୂଚନା ଦିଆଯାଇଥିଲା.