ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗତ କାଲି ଅପରାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଦଳର ନିର୍ବାଚନ ଇସ୍ତାହାର website – www.congressmyvoice.com ର ଲୋକାର୍ପଣ କରିଥିଲେ । କଂଗ୍ରେସ ଦଳର ଇସ୍ତାହାର ଲୋକମାନଙ୍କର ଇସ୍ତାହାର ହେଉ ଓ ଓଡ଼ିଶାବାସୀଙ୍କ ମତାମତକୁ ଯଥା ଦଳିତ, ଆଦିବାସୀ, ମହିଳା, ସଂଖ୍ୟାଲଘୁ, ଯୁବ, ଛାତ୍ର, ଅସଂଗଠିତ ଶ୍ରମିକ, କୃଷକ, ଭାଗଚାଷୀ, ପଛୁଆବର୍ଗ ନିମନ୍ତେ କି କି ପଦକ୍ଷେପ ନେବୁ ସେଥିଲାଗି ଆପଣମାନେ ଉପରୋକ୍ତ website ଆପଣଙ୍କର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ଆପଣମାନେ ପରିବର୍ତନର ବାହକ ହୋଇ କଂଗ୍ରେସକୁ ମଜବୁତ କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ରାଜ୍ୟରେ ସରକାର ପରିବର୍ତନରେ ଗଣମାଧ୍ୟମର ଭୂମିକା ନିର୍ଣ୍ଣାୟକ ହୋଇପାରିବ ସୁତରାଂ ଆପଣମାନଙ୍କର ବହୁମୂଲ୍ୟ ପରାମର୍ଶ ଇସ୍ତହାର ନିମନ୍ତେ ଅତ୍ୟନ୍ତ ଉପାଦେୟ । ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଭବିଷ୍ୟତ ଗଢ଼ିବେ ଆପଣମାନେ । ପ୍ରକାଶ ଥାଉକି ଇସ୍ତହାର କମିଟିର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ପୂର୍ବରୁ ଜନସାଧାରଣଙ୍କ ବହୁମୂଲ୍ୟ ପରାମର୍ଶ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ ଠିକଣାରେ ପଠାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇସ୍ତହାର କମିଟି ଆବାହକ ବିସ୍ମୟ ମହାପାତ୍ର ଓ ସଦସ୍ୟ ଲିଆକତ୍ ଅଲ୍ଲୀ, ପିସିସି ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
