Site icon Ethara Sambhala

ନିୟମ ବଦଳାଇଲେ ସରକାର: ଏଣିକି ୩ ମାସ ପରେ ମିଳିବ ଟିକାର ଦ୍ୱିତୀୟ ଡୋଜ୍‌…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର। ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଭାରତ ସରକାର କହିଛନ୍ତି, ବିଜ୍ଞାନ ପଦ୍ଧତିକୁ ଆଧାର କରି ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରାଯାଇଛି। ଏଣିକି କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ। ଏହା ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା। ତେବେ କୋଭାକ୍ସିନ ଟିକାର ଡୋଜ୍‌ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ପୂର୍ବଭଳି ୪ରୁ ୬ ସପ୍ତାହ ରହିଛି। ଏହାର ଅର୍ଥ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବେ। ରିୟଲ ଲାଇଫ ପ୍ରମାଣକୁ ଆଧାର କରି କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ କୋଭିସିଲ୍ଡ ଟିକାର ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରିବାକୁ ଏକମତ ହୋଇଥିବା ଭାରତ ସରକାର କହିଛନ୍ତି। ସୂଚନାଯୋଗ୍ୟ, ସରକାରଙ୍କ ନ୍ୟାଶନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅଫ୍ ଇମ୍ୟୁନାଇଜେସନ ପ୍ରଥମେ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବଦଳାଇବାକୁ ପ୍ରସ୍ତାବ ଦେଇଥିଲା।

Exit mobile version