Site icon Ethara Sambhala

ଓଡ଼ିଶାରେ ହେବ ୭ଟି ଅକ୍ସିଜେନ୍‌ ପ୍ଲାଣ୍ଟ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାରେ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ। ଅକ୍ସିଜେନ୍ ପ୍ଲାଣ୍ଟର କେବଳ ସିଭିଲ୍ ଓ ଇଲେକ୍ଟ୍ରିକାଲ୍‌ କାମ NHAI କରିବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଥିବା ସୂଚନା ମିଳିଛି। ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ନେଇ NHAI କର୍ତ୍ତୃପକ୍ଷ କହିଛନ୍ତି। ମହାମାରୀ କରୋନାରେ ଗୁରୁତର ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ସଞ୍ଜିବନୀ ସଦୃଶ ହୋଇଛି। ହେଲେ ଏହାର ଅଭାବ ଯୋଗୁ ବଡ଼ ବଡ଼ ମେଟ୍ରୋ ସିଟିରେ ରୋଗୀଙ୍କ ଜୀବନ ଯାଉଛି। ବିଶେଷକରି ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଥିବା ମେଡିକାଲ୍‌ରେ ଅକ୍ସିଜେନ୍‌ର ଘୋର ଶଙ୍କଟ ଦେଖାଦେଇଛି। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ସେମାନଙ୍କ ପାଖରେ ଅକ୍ସିଜେନ୍‌ ପହଞ୍ଚାଇଛି ଓଡ଼ିଶା। ଏବେ ଆଉ ୭ଟି ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଓଡ଼ିଶା ସମେତ ଦେଶରେ ଦେଖାଦେଇଥିବା ଅକ୍ସିଜେନ୍‌ ଅଭାବ ବହୁମାତ୍ରାରେ ଦୂର ହେବ।

Exit mobile version