Site icon Ethara Sambhala

ଏଠିକାର ଲୋକେ ହିଂସା ପାଇଁ ଭୋଟ୍ ଦେଇ ନାହାନ୍ତି: ରାଜ୍ୟପାଳ

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) –  ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଦେଖାଦେଇଥିବା ନିର୍ବାଚନୀ ହିଂସାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ମମତା ବାନାର୍ଜୀଙ୍କ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଯାହାକି ବେଙ୍ଗଲରେ ରାଜ୍ୟପାଳ ଏବଂ ମମତା ସରକାର ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦକୁ ଆହୁରି ଆଗକୁ ବଢ଼ାଇଛି। ରାଜ୍ୟପାଳ କହିଛନ୍ତି ଯେ ନିର୍ବାଚନ ପରେ ସେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଚାହୁଁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଥିରେ ସହଯୋଗ କରୁ ନାହାନ୍ତି। ଏବେ ସେ ନିଜ ବ୍ୟବସ୍ଥାରେ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ବୋଲି କହିଛନ୍ତି। ଲୋକଙ୍କ ଭୋଟ୍ ଲୁଟ୍ ଏବଂ ହିଂସା ପାଇଁ ନୁହେଁ। ହେଲେ ଯାହା ହେଉଛି ତାହା ଗଣତନ୍ତ୍ରର ଏକ ପ୍ରକାର ସମାପ୍ତି ସହିତ ସମାନ। ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରୁ ଆଶ୍ଚର୍ଯ୍ୟଜନକ ଖବର ଆସୁଛି ଆଉ ଏହାକୁ ନେଇ ସେ ଚିନ୍ତିତ ବୋଲି କହିଛନ୍ତି।ରାଜ୍ୟପାଳ ଜଗଦୀପ କହିଛନ୍ତି ହିଂସା ପରେ ପରିସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କ ପାଖରୁ ଏକ ରିପୋର୍ଟ ମାଗିଥିଲେ। ହେଲେ ଉଭୟ ସରକାରୀ ଅଧିକାରୀ ଏବାବଦରେ ତାଙ୍କୁ ଅବଗତ କରାଇନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ତଥା ଡିଜିପିଙ୍କୁ ଜଣାଇବା ପାଇଁ ରାଜ୍ୟପାଳ ଶନିବାର ସନ୍ଧ୍ୟାରେ ରାଜ ଭବନକୁ ଡାକିଥିଲେ। ଏହାପରେ ସୋମବାର ରାଜ୍ୟପାଳ ଏହା କହିଛନ୍ତି। ରାଜ୍ୟପାଳ କହିଛନ୍ତି ଯେ ସମଗ୍ର ବିଶ୍ୱ ବେଙ୍ଗଲରେ ଚାଲିଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ଦେଖୁଛନ୍ତି। ଆଉ ଏହାକୁ ଦୃଢ଼ ଭାଷାରେ ନିନ୍ଦା କରୁଛନ୍ତି। ସେ କହିଛନ୍ତି ଯେ ଲୋକଙ୍କୁ ସେମାନଙ୍କର ବ୍ୟବସାୟ ଚଳାଇବା ପାଇଁ ଚାନ୍ଦା ଦେବାକୁ ପଡିବ ବୋଲି ଏଭଳି ରିପୋର୍ଟ ତାଙ୍କ ପାଖକୁ ଆସିଛି ବୋଲି କୁହିଛନ୍ତି। ହିଂସା ଘଟାଇଥିବା ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

Exit mobile version