Site icon Ethara Sambhala

ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବଢ଼ୁଥିବା ତାତିରୁ ମିଳିବ ତ୍ରାହି। ଆଜି ରାଜ୍ୟରେ କେତୋଟି ଅଞ୍ଚଳରେ ବିଜୁଳି ମାରିବା ସହ ମଧ୍ୟମ ଧରଣର ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏନେଇ ସୂଚନା  ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ହେଲା ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର ଏବଂ ମାଲକାନଗିରି। ତେବେ ଭୁବନେଶ୍ୱରରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆସନ୍ତା ୨ ଘଣ୍ଟା ମଧ୍ୟରେ ଏସବୁ ଅଞ୍ଚଳରେ ଏଭଳି ପରିସ୍ଥିତି ଉପୁଜିପାରେ। ତେଣୁ ଘଡ଼ଘଡ଼ିରୁ ବର୍ତ୍ତିବା ପାଇଁ ଲୋକମାନେ ସୁରକ୍ଷିତ ଜାଗାରେ ରହିବାକୁ  ପାଣିପାଗ ବିଭାଗ ପକ୍ଷରୁ ୱାର୍ଣ୍ଣି ଜାରି କରାଯାଇଛି।

Exit mobile version