Site icon Ethara Sambhala

୧୧ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ମୋହନା ପୁଲିସ ।

ଏଥର ସମ୍ଭାଳ ବ୍ୟୁରୋ (ମୋହନା) – ସ୍ଥାନୀୟ ଥାନା ଅନ୍ତର୍ଗତ ଯୁବ ପଞ୍ଚାୟତର ନୁଣ୍ଡ୍ରୃଜ୍‍ ଗ୍ରାମ ନିକଟ ଜଙ୍ଗଲରୁ ପୁଲିସ୍‍ ଏଗାର କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରିଥିବା ଜଣାପଡ଼ିଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାସଙ୍କ ନିର୍ଦ୍ଦେଶରେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ଟିମ୍‍ , ମୋହନା ପୁଲିସ୍‍ , ରାଜସ୍ୱ ନୀରିକ୍ଷକ ଓ ଅବକାରୀ ବିଭାଗ କର୍ମ•ରୀଙ୍କ ମିଳିତ ଚଢ଼ାଉରେ ମଙ୍ଗଳବାର ସକାଳ ୮ଟା ରେ ଏହି କାର୍ଯ୍ୟ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ାଉରେ ମୋହନା ତହସିଲ୍‍ଦାର କଲ୍ୟାଣୀ ସଂଘମିତ୍ରା ଦେବୀ ମ୍ୟାଜିଷ୍ଟ୍ରେଟ୍‍ ଦାୟିତ୍ୱ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦାସଙ୍କ କହିବା ଅନୁସାରେ ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଳାଣ ରୋକିବା ଓ ଗଞ୍ଜେଇ ଚାଷର ମୂଳ ଉତ୍ପାଡ଼ନ କରିବା ପାଇଁ ଏହି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି।

Exit mobile version