Site icon Ethara Sambhala

ଆଜିର ଅନୁଚିନ୍ତା – ଘରର ଉତ୍ତର-ପୂର୍ବ ଦିଗ ଚଟାଣରେ ଧଳା ମାର୍ବଲ ବ୍ୟବହାର କଲେ ବହୁତ ଲାଭ ମିଳେ …!

!!!  ପ୍ରବଚକ.ଜଗଦୀଶ ପ୍ରସାଦ   !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜିକାଲି ପ୍ରାୟ ସମସ୍ତେ ଘର କଲେ ଚଟାଣକୁ ମାର୍ବଲ କରୁଛନ୍ତି। ନ ହେଲେ ଟାଇଲ ପକାଉଛନ୍ତି। ବଜାରରେ ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ମାର୍ବଲ ଓ ଟାଇଲ୍ ମିଳୁଛି। ଲୋକେ ନିଜ ନିଜ ପସନ୍ଦର ମାର୍ବଲ ଓ ଟାଇଲ୍‌ ବାଛି ବ୍ୟବହାର କରୁଛନ୍ତି। ତେବେ ଘର କଲା ବେଳେ ରୁମ୍‌ ଗୁଡ଼ିକର ସ୍ଥିତି ସହିତ କେଉଁ ଦିଗରେ କବାଟ, ଝରକା ରହିବ, ସେ ନେଇ ଅନେକ ଲୋକ ବାସ୍ତୁର ସାହାଯ୍ୟ ନିଅନ୍ତି। ଠିକ୍ ସେହିପରି ଘର ତିଆରି ପାଇଁ ବ୍ୟବହାର କରାଯାଉଥିବା ମାର୍ବଲ ଚୟନ ବେଳେ ବାସ୍ତୁର ସାହାଯ୍ୟ ନେବା ଆବଶ୍ୟକ ବୋଲି କୁହାଯାଏ। କାରଣ ଏହା ମଧ୍ୟ ଘର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର-ପୂର୍ବ ଦିଗର ଚଟାଣରେ ସର୍ବଦା ଧଳା ମାର୍ବଲ ବିଛାନ୍ତୁ। ଏହି ରଙ୍ଗର ମାର୍ବଲକୁ ଆପଣ ଘରର ପଶ୍ଚିମ ଦିଗର ଚଟାଣରେ ମଧ୍ୟ ବ୍ୟବହାର କରିପାରିବେ। ଉତ୍ତର-ପୂର୍ବ ଦିଗରେ ଚଟାଣରେ ଧଳା ମାର୍ବଲ ବ୍ୟବହାର କଲେ ଅନେକ ଶୁଭ ଫଳ ମିଳିଥାଏ। ଏହା ଘର ଲୋକଙ୍କ ବାଟରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ହଟାଇ ଦିଏ। ଘର ଲୋକଙ୍କୁ ମାନସିକ ଭାବେ ଦୃଢ଼ କରେ। ଏହା ସହିତ ଏହା ଘର ଲୋକଙ୍କ ଉନ୍ନତି ଓ ସଫଳତାରେ ସହାୟକ ହୋଇଥାଏ। ଘରକୁ ଅର୍ଥାଗମନ ହୋଇଥାଏ। ସେହିପରି ଅଟକି ଯାଇଥିବା କାମକୁ ସଂପୂର୍ଣ୍ଣ କରିବାରେ ବେଶ୍ ସହାୟକ ହୋଇଥାଏ।

Exit mobile version