!!! ପ୍ରବଚକ.ଜଗଦୀଶ ପ୍ରସାଦ !!!
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିଜ ସ୍ୱପ୍ନର ଘର ନିମନ୍ତେ ସମସ୍ତେ ବହୁ କଷ୍ଟ ସ୍ୱୀକାର କରିଥା’ନ୍ତି। ଘର ମଧ୍ୟରେ ହସଖୁସିରେ ପରିବାର ସହ ସମୟ ଅତିବାହିତ କରିବେ ବୋଲି ଭାବିଥାନ୍ତି। ହେଲେ ବେଳେ ଅଚାନକ ବିନା କୌଣସି କାରଣରେ ଘରେ ଅଶାନ୍ତି ସୃଷ୍ଟି ହୁଏ। ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବା ସହ ଶରୀର ଅସୁସ୍ଥ ରୁହେ। ଏଥିସହ ଧନହାନୀ ମଧ୍ୟ ହୋଇଥାଏ। ହୁଏତ ଏହା ପଛରେ ବାସ୍ତୁଦୋଷ ମୁଖ୍ୟ କାରଣ ହୋଇଥାଇପାରେ। ତେଣୁ ଘରେ ସାମାନ୍ୟ ବାସ୍ତୁ ଟିପ୍ସ ଫଲୋ କଲେ ଏହାର ସକାରାତ୍ମକ ପ୍ରଭାବ ନିଜ ଉପରେ ତଥା ପରିବାର ଉପରେ ପଡ଼ିଥାଏ। ଫଳରେ ବହୁ ବଡ଼ ବଡ଼ ସମସ୍ୟା ଚୁଟକିରେ ସମାଧାନ ହୋଇଯାଏ। ଆଜି ଆସନ୍ତୁ ଜାଣିବା ଏପରି କିଛି ଛୋଟ ଛୋଟ ବାସ୍ତୁ ଟିପ୍ସ ବିଷୟରେ।
- ଘରର ମୁଖ୍ୟ କବାଟ ସବୁବେଳେ ବାସ୍ତୁ ଅନୁଯାୟୀ ନିର୍ମାଣ ହେବା ଦରକାର। ମୁଖ୍ୟ କବାଟ ସବୁବେଳେ ଭିତର ପଟକୁ ଯେପରି ଖୋଲିବ, ତାହାର ବ୍ୟବସ୍ଥା କରିବା ଦରକାର। ଏହାଦ୍ୱାରା ଘରର ଏନର୍ଜି ବା ଶକ୍ତି ଘର ମଧ୍ୟରେ ହିଁ ରହିଥାଏ ବୋଲି ବିଶ୍ୱାସ ରହିଛି। ଏହାବ୍ୟତୀତ କବାଟ ଖୋଲିବା ସମୟରେ ଯେପରି ତାହା ଶବ୍ଦ ନ କରେ, ସେଥିପ୍ରତି ଦୃଷ୍ଟି ଦେବା ଉଚିତ।
- ଆପଣଙ୍କ ରୁମ୍ ମଧ୍ୟରେ ଯଦି ବିମ୍ ଯାଇଛି, ତେବେ ଧ୍ୟାନ ରଖିବେ ଯେପରି ବିମ୍ ତଳେ ବେଡ ନ ପଡ଼େ। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭ ନୁହେଁ।
- ଘର ନିର୍ମାଣ ବେଳେ ଧ୍ୟାନ ରଖିବେ ଯେପରି କୌଣସି ରୁମ୍ର ୫ଟି କୋଣ ନ ରୁହେ। ଯଦି ଏପରି ହୋଇଯାଇଛି, ତେବେ ନିଜ ଘରକୁ ଦୁଷ୍ଟ ଶକ୍ତି କବଳରୁ ରକ୍ଷା କରିବାକୁ ଆପଣ ବାଉଁଶର ଏକ ବଂଇଶୀକୁ ଘରେ ଝୁଲାଇ ଦିଅନ୍ତୁ।
- ଘରେ ଥିବା ଆଲମିରା ଓ ବେଡ୍ ଘରର ଦକ୍ଷିଣ-ପଶ୍ଚିମ କାନ୍ଥକୁ ଲାଗିକି ରହିବା ଉଚିତ। ଏପରି ରଖିବେ ଯେପରି ଉତ୍ତର-ପୂର୍ବ ଦିଗରୁ ଅଳ୍ପ ଦୂରତା ବଜାୟ ରହୁଥିବ।
- ପାଣି ପିଇବା ବେଳେ ଉତ୍ତର-ପୂର୍ବ ଦିଗକୁ ମୁହଁ କରି ପିଇପାରିବେ। ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଏକ ଭଲ ବାସ୍ତୁ ଟିପ୍ସ।
- ଡାଇନିଂ ରୁମ୍ରେ ଏକ ବଡ଼ ମିରର ଉତ୍ତର କିମ୍ବା ଉତ୍ତର-ପୂର୍ବ କାନ୍ଥରେ ରହିବା ଦରକାର । ଏହା ଘରେ ସୁଖସମୃଦ୍ଧି ବୃଦ୍ଧି କରିଥାଏ।
- ଘରର ଦକ୍ଷିଣ ଦିଗରେ ଗୋଟିଏ ରେଡ ଲ୍ୟାମ୍ପ କିମ୍ବା ରେଡ ଲାଇଟ ଲଗାଇ ଦିଅନ୍ତୁ। ଏହାଦ୍ୱାରା ସକାରାତ୍ମକ ଚିନ୍ତାଧାରା ଆସିବା ସହ ସଫଳତା ମଧ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
- ଦକ୍ଷିଣ-ପଶ୍ଚିମ ଦିଗକୁ ମୁହଁ କରି ଫ୍ୟାମିଲି ଫଟୋ କିମ୍ବା ସ୍ୱାମୀସ୍ତ୍ରୀଙ୍କ ଫଟୋ ଲଗାଇପାରିବେ। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ସୃଷ୍ଟି ହେବ।
- ପାଠ ପଢ଼ିବା ସମୟରେ ପିଲାମାନେ ଉତ୍ତର ଦିଗକୁ ମୁହଁ କରି ପଢ଼ିବା ଉଚିତ। ଏହାଦ୍ୱାରା ସେମାନେ ପରୀକ୍ଷାରେ ସଫଳତା ପାଇବେ।
- ବିବାହଯୋଗ୍ୟ, ଯୁବକଯୁବତୀ ଘରର ଉତ୍ତର-ପଶ୍ଚିମ ଦିଗରେ ଥିବା ରୁମ୍ରେ ଶୋଇବା ଉଚିତ। ଏହାଦ୍ୱାରା ଖୁବ୍ ଶୀଘ୍ର ବିବାହ ସ୍ଥିର ହୋଇଯିବାର ସମ୍ଭାବନା ଦେଖାଯାଏ।

