ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –‘ଡାଇବେଟିସ’ ଯାହାକୁ ସାଧାରଣ ଭାବେ ମଧୁମେହ ରୋଗ ବି କୁହାଯାଇଥାଏ । ଡାଇବେଟିସ ବହୁତ ଘାତକ ହୋଇଥାଏ। ଡାଇବେଟିସ ମଣିଷ ଶରୀରର ସବୁ ଅଙ୍ଗକୁ ଧୀରେ ଧୀରେ ନଷ୍ଟ କରିବାର କ୍ଷମତା ଥାଏ । ଏହି ରୋଗରେ ରକ୍ତରେ ସୁଗାରର ମାତ୍ର ବଢିବାକୁ ଲାଗେ। ଫଳରେ ଶରୀରର ଅଙ୍ଗକୁ କାମ କରିବାରେ ଅସୁବିଧା ହୋଇଥାଏ । ଭାରତରେ ଅଧିକାଂଶ ଲୋକ ଏହି ରୋଗରେ ପୀଡିତ। ତେବେ ଏହି ରୋଗର କାରଣ କ’ଣ ଏବଂ ପ୍ରତିକାର କ’ଣ ରହିଛି ଆସନ୍ତୁ ଜାଣିବା ।
ଡାଇବେଟିସର ଲକ୍ଷଣ- ଡାଇବେଟିସ ହେଲେ ବ୍ୟକ୍ତିଙ୍କୁ ଅଧିକ ପରିଶ୍ରା ଲାଗିଥାଏ। ଏଥିସହ ଅଧିକ ଭକୋ ଲାଗିବା, ଦୁର୍ବଳ ଲାଗିବା ଏବଂ ଦେହହାତ କୁଣ୍ଡେଇ ହେବା ଆଦି ଡାଇବେଟିସର ଲକ୍ଷଣ। ଯଦି ଏମିତି ଲକ୍ଷଣ ଆପଣଙ୍କର ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନେଇ ଡାଇବେଟିସ ଚେକ୍ କରିବା ଉଚିତ।

