Site icon Ethara Sambhala

ସଂଶୋଧିତ ହେଲା ସାମ୍ବାଦିକ ଆଇନ; ଲାଗୁ ହେବ ନୂଆ ନିୟମ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ୨୦୦୬ ରେ ଲାଗୁ ହୋଇଥିବା ସାମ୍ବାଦିକ ଆଇନର ସଂଶୋଧନ ହୋଇ ନୂତନ ସାମ୍ବାଦିକ ଆଇନ ଆଜିଠୁ କାର୍ଯ୍ୟକାରୀ ହୋଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତ ପ୍ରକାଶ ପାଇଛି। ୨୦୦୬ ସାମ୍ବାଦିକ ଆଇନରେ ଥିବା ସମସ୍ତ ସୁବିଧା ନୂଆ ଆଇନରେ ମିଳିବ ହେଲେ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । “Odisha State Working Journalist Welfare Fund Amendment ” ନାଁରେ ଆଜିଠୁ କାର୍ଯ୍ୟକାରୀ ହୋଇଛି ନୂଆ ସାମ୍ବାଦିକ ଆଇନ। ନୂଆ ନିୟମାବଳୀ ଅନୁଯାୟୀ ଯଦି ଜଣେ ସାମ୍ବାଦିକଙ୍କ ଅଚାନକ ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଦିଆଯିବ। ସେହିପରି ସାମ୍ବାଦିକଙ୍କୁ କିମ୍ବା ତାଙ୍କ ପରିବାରର କାହାକୁ ଯଦି କ୍ୟାନସର୍, କିଡ୍‌ନୀ ଜନିତ ରୋଗ ହୋଇଥାଏ ତେବେ ତାଙ୍କ ପରିବାରକୁ ସ୍ୱାସ୍ଥ୍ୟ ବୀମା ଦ୍ଵାରା ୨ ଲକ୍ଷ ଟଙ୍କା ଦିଆଯିବ। ଏଥିସହିତ ଘର କିଣିବା ଲୋନ୍ ରେ ୩% ସୁଧ ଆକାରରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ମଞ୍ଜୁର ହେବ। ଏହିପରି ଦୁଇ ଚକିଆ ଯାନରେ ୫୦,୦୦୦ ଏବଂ ଚାରି ଚକିଆ ଯାନ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣ ମଞ୍ଜୁର ହେବ। ଯଦି କେଣସି କାର୍ଯ୍ୟରତ ସମ୍ବାଦିକଙ୍କ ମୃତ୍ୟ ହୁଏ ତେବେ ତାଙ୍କ ପିଲାମାନଙ୍କ ପଢିବା ପାଇଁ ଦଶମ ଯାଏ ୧୫୦୦ ଟଙ୍କା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୫୦୦ ଟଙ୍କା ମିଳିବ ବୋଲି କୁହାଯାଇଛି।

Exit mobile version