Site icon Ethara Sambhala

ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କରେଣ୍ଟ କାଟ୍; ରୋଗୀ ହନ୍ତସନ୍ତ।

!!! କନ୍ଧମାଳ ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(କନ୍ଧମାଳ) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଜୁଳି କଟି ଯିବା ଫଳରେ ରୋଗୀ, ନବଜାତ ଶିଶୁ ଏବଂ ଗର୍ଭବତୀ ମା ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଗତ ତିନିଦିନ ହେଲା ସ୍ଥାନୀୟ ଅଂଚଳରେ ଲଗାଣ ବର୍ଷା ଚାଲିଥିବା ବେଳେ ବର୍ଷା ଯୋଗୁଁ ବାରମ୍ବାର ବିଜୁଳି କଟୁଛି !ଗତକାଲି ରାତି ସାରା ବିଜୁଳି କଟି ସକାଳ ନଅଟା ତିରିଶି ବେଳକୁ ବିଜୁଳି ଆସିଥିଲା! ରାତିସାରା ରୋଗୀ ଏବଂ ନବଜାତ ଶିଶୁ ମାନଙ୍କୁ ଅନ୍ଧାରରେ ରହିବାକୁ ପଡିଥିଲା!ଏପଟେ ବିଜୁଳି କଟୁଥିବା କାରଣରୁ ଡାକ୍ତରଖାନା ଶୌଚାଳୟରେ ପାଣି ମଧ୍ୟ ବନ୍ଦ ହୋଇଯାଇଥିଲା ଫଳରେ ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ଶୌଚ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା କିନ୍ତୁ ଛୁଆ ଜନ୍ମ ଦେଇ ଡାକ୍ତରଖାନା ରେ ଥିବା ମା ମାନଙ୍କୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଥିଲା!ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ନିମାଇଁ ଚରଣ ବିଶିଙ୍କୁ ପଚାରିବାରୁ ଜେନେରେଟର ଲଗେଇବା ପାଇଁ ଆମେ ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି ଶ୍ରୀଯୁକ୍ତ ବିଶି।

Exit mobile version