Site icon Ethara Sambhala

ରବନା ସ୍ଵାସ୍ଥ୍ଯ କେନ୍ଦ୍ର ପକ୍ଷରୁ ଘାଟି ଖରିଗୁଡା ଠାରେ ମେଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ।

!!! କନ୍ଧମାଳ ଜିଲ୍ଲା ରାଇକିଆ ରୁ ନୃସିଂହ ଚରଣ ଦାସ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଇକିଆ) – ରାଇକିଆ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରନବା ପଞ୍ଚାୟତ ରେ ଥିବା ରନବା ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ଘାଟି ଖରିଗୁଡା ଗ୍ରାମ ରେ ମେଲେରିଆ ନିରାକରଣ୍ ଅଭିଯାନ ହୋଇଥିଲା।ଏଥିରେ ସ୍ଵସ୍ଥ୍ୟକର୍ମି ରଞ୍ଜନ କୁମାର ପ୍ରଧାନ, ଡ୍,କୋଲକ୍ ପ୍ରଧାନ, ଆରୋଗ୍ୟ ପ୍ଲୋସ୍ ଟିମ ର୍ ସମସ୍ତ ସଦସ୍ୟ,ଆଶା ଦିଦି ମମତା ନାୟକ,ମମିତା ସାମନ୍ତ,ଏବଂ ଅଙ୍ଗନୱାଡ଼ି କର୍ମୀ ଧୋବୁଣି ବେହେରା ଙ୍କ ନେତୃତ୍ୱରେ କକଡବାଡି,ତୋଟସାହି,ରଣବା ଗ୍ରାମର ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ମାଗଣାରେ ରକ୍ତ ପରୀକ୍ଷା କରାଯାଇଛି। ଏଥି ସହିତ ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କୁ ଯତ୍ନବାନ ହେବାପାଇଁ ଉପଦେଶ ଦିଆଯାଇଥିଲା।

Exit mobile version