!!! ଗୁଣୁପୁର ଉପଖଣ୍ଡ ରୁ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଷୀ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଅଂଚଳରେ ଗ୍ରୀଷ୍ମ ର ତାତି କୁ ଦେଖି କରୋନା ଲକ ଡାଉନ ର ୧୦ମ ଦିବସରେ ଏଠାରେ ବୁଲୁଥିବା ଗାଈ ଓ ଗୋରୁ ଙ୍କ ତୃଷା ନିବାରଣ ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ଅରୁଣ ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୂର୍ୟ୍ଯା ପ୍ରକାଶ ପଟ୍ଟନାୟକ, ଉପସଭାପତି ପ୍ରେମ କର ଓ ବରିଷ୍ଠ ସାମ୍ବାଦିକ ଦୀପକ କୁମାର ବେହେରା(ସୁନା) ଙ୍କ ତତ୍ୱାବଧାନ ରେ ଖୁଦ ଓ କୁଣ୍ଡା ଖାଇବାକୁ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ଆବାହକ ଶକ୍ତି ଦାଶ ଙ୍କ ସମେତ ସଦସ୍ୟ ସନ୍ତୋଷ କୁମାର ଗୁରୁ, ମାଧବ ବିଡ଼ିକା, ସୁନୀଲ ସାବତ, ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିବା ବେଳେ ସାମାଜ ସେବୀ ରାଧାକାନ୍ତ ପଣ୍ଡା ସହଯୋଗ କରିଥିଲେ । ଆଗାମୀ ଦିନରେ ମଧ୍ଯ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଂଘ ର ସଭାପତି ସୂଚନା ଦେଇଛନ୍ତି।

