Site icon Ethara Sambhala

ତାଳି ମାରି କୃତଜ୍ଞତା ଜଣାଇ ପାଳିଲେ ଜନତା କର୍ଫ୍ୟୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାଜ୍ୟରେ ମହାମାରୀ କରୋନାର ମୁକାବିଲା କରୁଛନ୍ତି ରାଜ୍ୟ ସରକାର | ନେଇଛନ୍ତି ସବୁ ପ୍ରକାର ପ୍ରତିଷେଧକ ପଦକ୍ଷେପ | ଘୋଷଣା କରିଛନ୍ତି ଲକ ଡାଉନ | ଆଉ ତା ନିଜ କର୍ତ୍ତବ୍ୟ ଅନୁପାଳନ ଭିତରେ ପାଳିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଜନତା କର୍ଫ୍ୟୁ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ପାଳିଛନ୍ତି ଜନତା କର୍ଫ୍ୟୁ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘର ଛାତ ଉପରକୁ ଆସି ତାଳି ମାରି.ଘଣ୍ଟ ବଜାଇ ଥିଲେ। କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ପ୍ରଧାନମନ୍ତ୍ରୀ ଜନତା କରଫ୍ୟୁ ଘୋଷଣା ଦିନ ନବୀନ ଅlହ୍ଵାନ ଦେଇଥିଲେ “ଗୋଟିଏ ଦେଶ ହୋଇ ସମସ୍ତେ ଏକାଠି ହୁଅ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲକୁ ସମର୍ଥନ କର। ଅସାଧାରଣ ପରିସ୍ଥିତ ପାଇଁ ଅସାଧାରଣ ପ୍ରତିକ୍ରିୟା ଆବଶ୍ୟକ। କୋଭିଡ୍‌ ୧୯ ସମଗ୍ର ମାନବ ସଭ୍ୟତା ପାଇଁ ବିପଦ।” ବୋଲି କହିଥିଲେ

ସେହିପରି ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ. ସଞ୍ଜୟ ଦାସବର୍ମାଙ୍କ ସମେତ ବହୁନେତା ମନ୍ତ୍ରୀ ଅଧିକାରୀ ବି ଜନତା କର୍ଫ୍ୟୁ ପାଳିଛନ୍ତି | ଠିକ ୫ଟା ହେବାମାତ୍ରେ ମୁଖ୍ୟମନ୍ତ୍ରୀ ନିଜ ଛାତ ଉପରକୁ ଯାଇ ଥାଳି ବାଡେଇ କରୋନା ବିରୋଧୀ ଲଢେଇରେ ସାମିଲ ପ୍ରତିଟି ମଣିଷ ଉଦ୍ଦେଶ୍ୟରେ ସମ୍ମାନ ଜଣାଇଥିଲେ | ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା ବି ଅନୁରୂପ ଭାବେ ତାଳି ମାରିଥିବା ଦେଖିବାକୁ ମିଳିଥିଲା |

ସେହିପରି ଦିନ ତମାମ ଲୋକ ସେବା ଭବନ ଭିତରେ ବସି ରାଜ୍ୟରେ କାରଣ ସ୍ଥିତିକୁ ମନିଟର କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ୫ଟି ସେକ୍ରେଟାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ | ଆଉ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୋବିଦ ୧୯ ବ୍ୟାପାର ମୁଖ୍ୟ ମୁଖପାତ୍ର ସୁବ୍ରତୋ ଵାଗଚୀ, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ କିଶୋର ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଙ୍କ ସମେତ ଅଧିକାରୀମାନେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ମିଶନର ମନିଟର କରିଥିଲେ |

ଠିକ ୫ଟା ହେବା ମାତ୍ରେ ୫ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ଅନ୍ୟ ଅଧିକାରୀମାନେ ଲୋକସେବା ଭବନର ପୋର୍ଟିକୋ ପାଖକୁ ଆସି କାର୍ଯ୍ୟାଳୟ ବାହାରକୁ ଆସି ତାଳି ବାଡେଇ କୃତଜ୍ଞତା ଜଣାଇଥିଲେ |

Exit mobile version