Site icon Ethara Sambhala

ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଟ୍ରେନସେବା l 

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବାକୁ ମାର୍ଚ୍ଚ ୩୧ ତାରିଖ ରାତି ୧୨ ଟା ଯାଏଁ ସବୁ ଟ୍ରେନ ଚଳାଚଳ ବନ୍ଦ କରିବାଜୁ କେନ୍ଦ୍ର ରେଳମନ୍ତ୍ରଣାଳୟ ପକ୍ଷରୁ ଏନେଇ ରବିବାର ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୁସାରେ ସମସ୍ତ ମେଲ୍, ଏକ୍ସପ୍ରେସ, ଇଣ୍ଟରସିଟି ଟ୍ରେନ୍, ସବୁ ପାସେଞ୍ଜର ଟ୍ରେନ୍ ୩୧ ମାର୍ଚ୍ଚ ରାତି ୧୨ଟା ପର୍ଯ୍ୟନ୍ତ ଚଳାଚଳ କରିବନାହିଁ ।

ଏହାସହ ମେଟ୍ରୋ, କୋଙ୍କଣ ରେଲଓ୍ବେ, ଉପନଗରୀୟ ଟ୍ରେନ୍ ମଧ୍ୟ ଚଳାଚଳ କରିବନାହିଁ ।  ଆଜି ରାତି ପର୍ଯ୍ୟନ୍ତ ଉପନଗରୀୟ ଟ୍ରେନ୍, କୋଲକତା ମେଟ୍ରୋ ସେବା ଜାରି ରହିବ ।  ଯେଉଁ ଟ୍ରେନ୍ ୨୨ ତାରିଖରୁ ୪ ଘଣ୍ଟା ପୂର୍ବରୁ ଚଳାଚଳ ଆରମ୍ଭ ହୋଇଥିଲା ସେହି ଟ୍ରେନ୍ ଗୁଡିକ ନିଜ ଗନ୍ତବ୍ୟସ୍ତଳ ପର୍ଯ୍ୟନ୍ତ ଯିବ । ରେଲଓ୍ବେ ବୋର୍ଡ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ରେଲଓ୍ବେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦେଶବ୍ୟାପୀ ଆବଶ୍ୟକୀୟ ଜିନିଷର ପରିବହନ ଜାରି ରଖିବା ପାଇଁ ମାଲଗାଡିଗୁଡିକ ଚଳାଚଳ କରିବ । ତେବେ ୟାତ୍ରୀବାହୀ ଟ୍ରେନ ପ୍ରାୟତଃ ଭିଡ ରହୁଥିବାରୁ କରୋନା ସଂକ୍ରମଣରୁ ଯାତ୍ରୀଙ୍କ ସୁରକ୍ଷା ଏବେ ବଡ ଆହ୍ୱାନ ପାଲଟିଛି। ଟ୍ରେନରେ ଯାତ୍ରା କରି ୧୨ ଜଣ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ରେଳମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛନ୍ତି।

Exit mobile version