Site icon Ethara Sambhala

ସେଞ୍ଚୁରିୟାନ୍ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୌଶଳ ପ୍ରଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଜାତୀୟ ଅଗ୍ନି ନିରାପତ୍ତା ଓ ଉଦ୍ଧାର ଦିବସ ଅବସରରେରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ୍ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୌଶଳ ପ୍ରଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅଗ୍ନିଶମ ବିଭାଗର ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀଙ୍କ ନେତୃତ୍ୱରେ ୧୦ ଜଣ ବିଭାଗୀୟ କର୍ମଚାରୀ ଆସି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ଅଗ୍ନିକାଣ୍ଡ ଓ ଦୁର୍ଘଟଣା ବେଳେ ଗୁରୁତର ଆହତ ମାନଙ୍କୁ କିଭଳି ଉଦ୍ଧାର କରିବେ ସେ ସମ୍ପର୍କରେ କହି ତା’ର କୌଶଳ ପ୍ରଦର୍ଶନ କରି ସଚେତନ କରାଇଥିଲେ ।

ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ ଛାତ୍ରାଛାତ୍ରୀ ମାନଙ୍କୁ ମୁଖ୍ୟତଃ ବିଦ୍ୟାଳୟରେ କି ଅନ୍ୟ କେଉଁଠାରେ ହଠାତ୍ ଅଗ୍ନିକାଣ୍ଡ କି ଅନ୍ୟ କୌଣସି ଦୁର୍ଘଟଣା ଘଟିଲେ କିଭଳି ଉଦ୍ଧାର କରି ଏବଂ କେଉଁ କୌଶଳ ବା ଉପାୟରେ ତାକୁ ପ୍ରାଥମିକ ଚିକିତ୍ସା ପାଇଁ ନେବାକୁ ହୁଏ , ତାହା ବୁଝାଇ କର୍ମଚାରୀ ମାନଙ୍କ ଦ୍ୱାରା ପ୍ରଦର୍ଶନ କରାଇଥିଲେ। ।

ଅଗ୍ନିକାଣ୍ଡ କେତେ ପ୍ରକାରର , ଘରେ କି ପାଣିରେ କି ଗ୍ୟାସ ସିଲିଣ୍ଡର ପ୍ରଭୃତିରେ ହଠାତ ଅଗ୍ନିକାଣ୍ଡ ଘଟିଲେ ନିଜର ଉପସ୍ଥିତି କିଭଳି ଉପାୟ ଜାହିର କରିବେ , ଉଦ୍ଧାର କିଭଳି କରିବେ , ସମସ୍ତ ବିଷୟରେ କହି କୌଶଳ ପ୍ରଦର୍ଶନ କରାଇଥିଲେ। ।

ଏହି କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ସମେତ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ସାମିଲ ଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ କରାଟେ ଶିକ୍ଷକ ନାଗେଶ୍ବର ମହାପାତ୍ର , ଶିକ୍ଷକ ଜେ.କେ.ନାୟକ , ପିଇଟି.ମେଘୁନାଥ ବିଶ୍ବାଳ , ରଶ୍ମି ମାଡାମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ବିଦ୍ୟାଳୟ ର ୫୦୦ ରୁ ଉର୍ଦ୍ଧ୍ବ ଛାତ୍ର-ଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କୌଶଳ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷାରେ ଗ୍ରହଣ କରିବା ସହ ସଚେତନ ହୋଇଥିଲେ ।

Exit mobile version