Site icon Ethara Sambhala

ଗଜପତି ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ସଚେତନତା କାଯ୍ୟକ୍ରମ ପାଳିତ।

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର “ୱାନ ଷ୍ଟପ କେନ୍ଦ୍ର” ସଖୀ ପକ୍ଷରୁ ବିଭିନ୍ନ ନିର୍ଯ୍ୟାତନା ନେଇ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅଧିନସ୍ତ ପାରଳାଖେମୁଣ୍ଡି ସ୍ଥିତ ଆଇ. ଏସ୍ .ଆର.ଡି ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ , କାଉନସିଲର ମିନା କୁମାରୀ ଟହୋଲ ଓ ଶ୍ରୀଦେବୀ ରଇତ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ‘ୱାନ ଷ୍ଟପ କେନ୍ଦ୍ର ସଖୀ’ ର କାର୍ଯ୍ୟକାରିତା ସମ୍ପର୍କରେ କହି ପାରିବାରିକ ଘରୋଇ ହିଂସା ,ଯୌତୁକ ନିର୍ଯ୍ୟାତନା , ବଳାତ୍କାର , ବାଲ୍ୟ ବିବାହ , କାର୍ଯ୍ୟସ୍ଥଳରେ ହଇରାଣ , ମହିଳା ଓ ଶିଶୁ ଚାଲାଣ ଓ ଅନ୍ୟାନ୍ୟ ହିଂସା ପ୍ରଭୃତି ସମ୍ପର୍କରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ।

ଅନ୍ୟ ପକ୍ଷରେ ମହିଳା ମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ପୋଲିସ ଓ ଡାକ୍ତରଙ୍କ ସମେତ ଆଇନଗତ ସହାୟତା ଓ ସାମାଜିକ ପରାମର୍ଶ କିଭଳି ନେଇପାରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ୱାନ ଷ୍ଟପ କେନ୍ଦ୍ରର କର୍ମକର୍ତ୍ତା ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଅରୁଣା ସାମଲଙ୍କ ସମେତ ମହିଳା ଡିଗ୍ରୀ ଓ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପିକା ଗଣ ଓ କର୍ମଚାରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Exit mobile version