!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ପାରଳାଖେମୁଣ୍ଡି) -ପାରଳାଖେମୁଣ୍ଡିର ଝିଅ ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ସେ ୧୯୫୯ ମସିହା ଜୁଲାଇ ମାସରେ ପାରଳାଖେମୁଣ୍ଡି ଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ବିଚାରପତି ଜି.ଏଚ୍.ପଣ୍ଡା ପାରଳାଖେମୁଣ୍ଡି କୋର୍ଟରେ ଏସ୍ଡିଜେଏମ୍ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଏଠାରେ ଜନ୍ମଲାଭ କରିଥିବା ବରିଷ୍ଟ ଓକିଲ ରାମନାଥ ମିଶ୍ର ଜଣାଇଛନ୍ତି । ପାରଳାଖେମୁଣ୍ଡି ମାଟିରେ ଜନ୍ମିତ ଜଣେ ମହିଳା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଜିଲାରେ ଖୁସିର ସୁଅ ଛୁଟିବା ସହ ଏହା ଜିଲା ପାଇଁ ଏକ ଗର୍ବ ଗୌରବର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏହି ଅବସରରେ ତାଙ୍କୁ ତାଙ୍କୁ ଜିଲା ଆଇନଜିବୀ ସଂଘ ପକ୍ଷରୁ ରାମନାଥ ମିଶ୍ର, ହୀରାଚାନ୍ଦ ପଟ୍ଟନାୟକ, ଅରୁଣକାନ୍ତ ପରିଡା, ସତ୍ୟନାରାୟଣ ଦାସ,ସ୍ୱରୁପ କୁମାର ପାଳ, ରଜତ କୁମାର ପାତ୍ର ପ୍ରମୁଖ ସ୍ୱାଗତ କରିଛନ୍ତି ।

