Site icon Ethara Sambhala

ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ;ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡଖଣ୍ଡ ପର୍ଯ୍ୟନ୍ତ ସୃଷ୍ଟ ଟ୍ରପଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏହିଭଳି ବର୍ଷା ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ଅନୁଗୋଳ, ବାଲେଶ୍ୱର, ଯାଜପୁର, କୋରାପୁଟ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ ସୁନ୍ଦରଗଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ବର୍ଷା ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ଫଳରେ ଆସନ୍ତା କିଛିଦିନ ପାଇଁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ପାଣିପାଗ କେନ୍ଦ୍ରର ସୂଚନାନୁସାରେ ଆସନ୍ତା ୬ତାରିଖ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ହ୍ରାସପାଇବାର ସମ୍ଭାବନା ରହିଛି। ଅପରପକ୍ଷରେ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ କେତେକ ସତର୍କ ସୂଚନା ଜାରି କରାଯାଇଛି। ବିଶେଷକରି ଚାଷୀମାନଙ୍କୁ ଅମଳ ହୋଇଥିବା ଧାନକୁ ନଷ୍ଟ ହେବାରୁ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଶୀତକୁ ଦୃଷ୍ଟିରେ ରଖି ବାସହୀନ ଥିବା ଲୋକଙ୍କ ପାଇଁ ସ୍କୁଲ ଓ ଆଶ୍ରୟସ୍ଥଳୀଗୁଡିକୁ ରାତିରେ ମଧ୍ୟ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି।

Exit mobile version