Site icon Ethara Sambhala

କିନ୍ନର ଙ୍କୁ ଥଇଥାନ କରି ପୁଣି ଚର୍ଚ୍ଚା ରେ ଗଜପତି ଏସ୍.ପି ସାରା ଶର୍ମା…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ପି ସାରା ଶର୍ମା ଙ୍କ ପୁଣି ଏକ ଜନ ହିତକର ପଦକ୍ଷେପ। ସମାଜରେ ଏକ ଭିନ୍ନ ଦୃଷ୍ଟି ରେ ଚଳି ଆସୁଥିବା କିନ୍ନର ଙ୍କୁ ସ୍ଵରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇ ଦେଇଛନ୍ତି ସାରା ଶର୍ମା। ସାରା ଶର୍ମା ସେମାନଙ୍କ ନିମନ୍ତେ ଏକ ସୁରଭି ଓମଫେଡ୍ ପାର୍ଲର୍ ଖୋଲିଛନ୍ତି। ଏହି ପାର୍ଲର୍ କୁ ଏସ୍. ପି ସାରା ଶର୍ମା ଓ ସ୍ଥାନୀୟ ବିଧାୟକ ଏନ୍. ନାରାୟଣ ରାଓ ଆଜି ମିଳିତ ଭାବେ ଉଦଘାଟନ କରିଛନ୍ତି। ଆଜି ଉଦଘାଟନୀ ଉତ୍ସବ ରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସାରା ଶର୍ମା ୮ ଜଣ କିନ୍ନର ଦିବାରାତ୍ର ଏହି ପାର୍ଲର୍ ରେ ରହି ରୋଗୀ ତଥା ତାଙ୍କ ସମ୍ପର୍କୀୟ ଙ୍କୁ କ୍ଷୀର, ଦହି ଓ ଓମଫେଡ୍ ସମାଗ୍ରୀ ବିକ୍ରୀ କରିବା ସହ ରୋଗୀଙ୍କୁ ଗରମ ପାଣି ଏବଂ ଆବଶ୍ୟକ ସ୍ଥଳେ ସାହାଯ୍ଯ ସହଯୋଗ କରିବେ ବୋଲି କହିଛନ୍ତି । କିନ୍ନର ମାନଙ୍କ ଅସୁବିଧା କୁ ବୁଝି ଆମକୁ ଭିକ୍ଷା ବୃତ୍ତି ରୁ ନିବୃତ୍ତ ରଖି ଏହି ଭଳି ସ୍ୱାବଲମ୍ବୀ ଓ ସମ୍ମାନ ସହ ସମାଜରେ ବଞ୍ଚିବାକୁ ଏସ୍.ପି ସାରା ଶର୍ମା ଆମକୁ ସହଯୋଗ କରିଛନ୍ତି ବୋଲି କିନ୍ନର ମାନେ ମତ ଦେଇଛନ୍ତି। ଅପରପକ୍ଷରେ ପାରଳାଖେମୁଣ୍ଡି ବିଧାୟକ ତାଙ୍କ ପାଣ୍ଠି ରୁ ୩ ଲକ୍ଷ ଓ ସଂସାଦ ତାଙ୍କ ପାଣ୍ଠି ରୁ ୨ ଲକ୍ଷ ଟଙ୍କା ଦେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯାହାକୁ ନେଇ କିନ୍ନର ମାନେ ଆଗକୁ ବଢିବା ଲକ୍ଷ୍ଯ ରଖିଛନ୍ତି। ସାରା ଶର୍ମା ଙ୍କ ଏଭଳି କାର୍ଯ୍ୟ କୁ କିନ୍ନର ମାନେ ଧନ୍ଯବାଦ୍ ଦେବା ବେଳେ ବୁଦ୍ଧୀଜିବି ମାନେ ଭୂୟସୀ ପ୍ରଶଂସା କରିଛନ୍ତି।

Exit mobile version