Site icon Ethara Sambhala

ଉଦାସୀନ ପ୍ରଶାସନ, ଶାଗମାଛ ଦରରେ ବିକ୍ରି ହେଉଛି କପା ;ଚାଷୀ ହନ୍ତସନ୍ତ

ଏଥର ସମ୍ଭାଳ ବ୍ୟୁରୋ – ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି ଜିଲ୍ଲାରେ ବଡଖମାର ଠାରେ କପାମଣ୍ଡି ଖୋଳିବା ପାଇଁ ବାରମ୍ବାର ପ୍ରଶାସନ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ ।ଫଳରେ ଏହି ଅଞ୍ଚଳରେ କପାଚାଷୀ ମାନେ ଅଭାବୀ ବିକ୍ରି ସହ ବାହାର ରାଜ୍ୟର ଦଲାଲ ମାନଙ୍କ ଶୋଷଣର ଶିକାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମତେ, ଚଳିତ ଖରିଫରେ ବୀରମହାରାଜପୁର ବ୍ଲକ ରେ ମୋଟ ୩୦୦୦ ହଜାର ୬୦୦ ହେକ୍ଟର ଜମିରେ କପା ଚାଷ ହୋଇଅଛି । ଚଳିତ ବର୍ଷ ଭଲ ମାନର କପା ହୋଇଥିବାରୁ ସରକାରୀ ଧାର୍ଯ୍ଯ ମୂଲ୍ଯ କ୍ବିଣ୍ଟାଲ ପିଛା ୫ ହଜାର ୯୦୦ ଟଙ୍କା ରଖାଯାଇଥିବା କୁହାଯାଉଛି । ହେଲେ ଏଠାରେ ମଣ୍ଡି ନଖୋଲି ପ୍ରଶାସନ ଓ ଅସାଧୁ ମିରଲ ଙ୍କ ସହ ହାତ ମିଳାଇ ଦଲାଲ ସାହାଯ୍ୟରେ କପାଚାଷୀ ଠାରୁ ୩୦୦୦ ରୁ ୪୦୦୦ ଟଙ୍କା ଦେଇ କପା କିଣୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ବର୍ଷ କପାର ଦାମ୍ ପାଖାପାଖି ଦୁଇ ଗୁଣରୁ ଅଧିକ ରହୁଥିବାରୁ ଏହି ଅଞ୍ଚଳର କପାଚାଷୀ ମାନେ ଅଧିକ ଲାଭବାନ ହେବେ ବୋଲି ବିଶେଷ ସୁତ୍ରରୁ ଜଣାଯାଇଛି । ହେଲେ ଠିକ୍ ତାହାର ଓଲଟା ଚିତ୍ର ଏହି ଅଞ୍ଚଳରେ ଦେଖିବାକୁ ମିଲୁଛି । ଜିଲ୍ଲା କୃଷି ବିଭାଗର ଅବହେଳା ଯୋଗୁ ଏଯାଏଁ କପାର ବିକ୍ରୟ ମଣ୍ଡି ଖୋଲାଯାଇ ନାହିଁ ।ଫଳରେ କପା ଚାଷୀଙ୍କୁ ଅଭାବୀ ବିକ୍ରିର ସାମନା କରିବାକୁ ପଡୁଛି । ବାହାରୁ ଦଲାଲ ଆସି ଚାଷୀଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରୁ ଢେର୍ କମ୍ ଟଙ୍କାରେ ଶହ ଶହ କୁଇଣ୍ଟାଲ କପା କିଣିନେଉଥିବା ଦେଖିବାକୁ ମିଳିଛି । ତେବେ ସରକାରୀ ମଣ୍ଡି ବ୍ୟବସ୍ଥା ନଥିବାରୁ ଚାଷୀ ମଧ୍ୟ ତାର ପରିଶ୍ରମ ‘ଧଲାସୁନା’ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଜଟେସିଂହା, ଆନନ୍ଦପୁର, ଖମାର, ପିତାମହୁଲ, ମୃୁଷୁଣ୍ଢୀ, ଅମରପାଲି ପ୍ରଭୁତି ଗ୍ରାମର ଅନେକ ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଜିଲା କୃଷି ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କୁ ଯୋଗା ଯୋଗ କରିବାରୁ ମିଲର ମାନଙ୍କ ସହ ଯୋଗାଯୋଗ କରାଯାଇଛି ଆସିଲେ ଚାଷିମାନଙ୍କ ଠାରୁ କପା କିଣା ହେବ ବୋଲି ପ୍ରତିକ୍ରିୟା ରଖିଥିଲେ । ଏନେଇ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ କପାଚାଷୀ ମାନେ ଦାବି କରିଛନ୍ତି ।

Exit mobile version