Site icon Ethara Sambhala

ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଧର୍ମଗଡ ରାଜ ହୋଟେଲ ଠାରେ ଓବିସି, ଏସଟି, ଏସସି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟିକୁ ଧୀମାନ ଚକ୍ରଧର ବେନୁପାଣି ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବରେ ବସନ୍ତ ନାଏକ, ମୁଖ୍ୟ ବକ୍ତା ଭାବରେ ଯୁଗେଶ୍ୱର ସାଗର, ସମ୍ମାନିତ ଅତିଥି ଭାବରେ ପ୍ରଭାକର ଜାଲ, ସାମନ୍ତ ଦୁର୍ଗା, ଦିଗାମ୍ବର ଦୁର୍ଗା, ପ୍ରତାପ ସୁନାନୀ ଯୋଗ ଦେଇଥିଲେ। ଭାରତ ସମ୍ବିଧାନ ହେଉଛି ବିଶ୍ୱର ବୃହତ ସମ୍ବିଧାନ, ସମ୍ବିଧାନ ହେଉଛି ରାଷ୍ଟ୍ରର ମୌଳିକ ଆଇନ, ସମ୍ବିଧାନ ହେଉଛି ନୀତିମାନଙ୍କର ସମାହାର, ସମ୍ବିଧାନ ଦେଶର ଲୋକଙ୍କୁ ଶୃଙ୍ଖଳିତ ରଖିବା ସହ ନିରାପତ୍ତା କରିଥାଏ ବୋଲି ମୁଖ୍ୟ ବକ୍ତା ଶ୍ରୀ ଯୁଗେଶ୍ୱର ସାଗର ନିଜ ବକ୍ତବ୍ୟ ରେ କହିଥିବା ବେଳେ ସମାନତା, ସ୍ୱତନ୍ତ୍ରତା, ନ୍ୟାୟ, ଏବଂ ଭାଇଚାରା ବିଷୟରେ ସମ୍ବିଧାନ ରେ ଥିବା ମୌଳିକ ଅଧିକାର କୁ ସୁନ୍ଦର ଭାବରେ ବୁଝାଇଥିଲେ। ଏହି ସଭାରେ ସାଇକେଲ ପୋଲୋ ଖେଳରେ ସୁନାମ ଧନ୍ୟ ହୋଇଥିବା ଧୀମତି ଅନିତା ନାଏକ ଙ୍କୁ ସମ୍ମାନିତ ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ତତ ସହିତ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଥମିକ ସଙ୍ଘ ର ସଭାପତି ବଙ୍କିମ ଚନ୍ଦ୍ର ସାଗର ଓ ସାଧାରଣ ସମ୍ପାଦକ ଲୋକେସ୍ୱର ପାରି ଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟିକୁ ଧୀମାନ ଟିକେଶ୍ୱର ନାଏକ ସଭା ପରିଚାଳନା କରିଥିବା ବେଳେ ଧୀମାନ ଦେବାର୍ଚ୍ଚନ ସେଠିଆ ବହୁତ ସୁନ୍ଦର ଭାବରେ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ସମ୍ବିଧାନ ଦିବସ ସଭା କାର୍ଯ୍ୟ ରେ ଧୀମାନ ଢଗ ନାଏକ, କମଳା କାନ୍ତ ବିହାରୀ, ଫକୀର ନାରାୟଣ ଜାଲ, ବିନୋଦ ପାଣିଗ୍ରାହୀ, ଶ୍ୟାମ ମାଝୀ, ୟୁଗେଶ ତାଣ୍ଡି, ମୁନିଆ ସିପିକାସହଯୋଗ କରିଥିବା ବେଳେ ଅଞ୍ଚଳର ବହୁ ଆମ୍ବେଦକରବାଦୀ ଓ ଆମ୍ବେଦକରପ୍ରେମୀ ଯୋଗ ଦେଇଥିଲେ।

Exit mobile version