Site icon Ethara Sambhala

ବାପାଙ୍କ ପଥ ଅନୁସରଣ କରୁଛି ପୁଅ,ଟଙ୍କା ବ୍ୟାଗ ଫେରାଇ ଚର୍ଚ୍ଚାରେ ରୋହିତ ।

!!! କନ୍ଧମାଳ ଜିଲ୍ଲା ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ମିଲନ କହଁର ଓ ଟିକାବାଲି ବ୍ଲକ ପ୍ରତିନିଧି ସୁରେଶ ପାଣିଗ୍ରାହୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଟିକାବାଲି) – ଅବସର ପ୍ରାପ୍ତ ଶିକ୍ଷକ ଙ୍କ ଟଙ୍କା ବ୍ୟାଗ ଫେରାଇ ଚର୍ଚ୍ଚାରେ ଟିକାବାଲି ଖଦଳା ସାହିର ହିରୋ ନାୟକଙ୍କ ୬ ବର୍ଷ ର ପୁଅ ରୋହିତ ନାୟକ ।ଘଟଣା ରୁ ଜଣାପଡ଼ିଛି, ରୋହିତ ବାପାଙ୍କ ସହ ବଜାରକୁ ଜିନିଷ କିଣିବାକୁ ଯାଇଥିଲା ।ବାପା ଜିନିଷ କିଣିବାକୁ ଦୋକାନକୁ ଯାଇଥିବା ବେଳେ ରୋହିତ ଗାଡି ଉପରେ ବସି ରହିଥିଲେ । ଏହି ସମୟରେ ଏହି ରାସ୍ତା ଦେଇ ଯାଉଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସାଇକେଲ ରେ ଯିବା ବେଳେ ତାଙ୍କ ସାଇକେଲରେ ଥିବା ବ୍ୟାଗ ଟିଏ ଖସି ପଡ଼ିଲା ।ଏହା ଦେଖି ରୋହିତ ଗାଡ଼ିରୁ ଓଲ୍ହାଇ ଦୌଡ଼ି ଦୌଡ଼ି ଯାଇ ଖସି ପଡିଥିବା ବ୍ୟାଗ ଟି ଶିକ୍ଷକ ଜଣଙ୍କୁ ଦେଇଥିଲେ । ଏହି ଅଵସର ପ୍ରାପ୍ତ ଶିକ୍ଷକ ଜି. ଉଦୟଗିରି ଅଞ୍ଚଳର ରଞ୍ଜିତ ଦିଗଲ ବୋଲି ଜଣାପଡିଛି ।ଶ୍ରୀ ଦିଗାଲ ଉଦୟଗିରି ବ୍ୟାଙ୍କରୁ ୯୫ ହାଜର ଟଙ୍କା ଉଠାଇ ଭୁବନେଶ୍ୱରକୁ ଯିବା ରାସ୍ତାରେ ଟିକାବାଲି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣେ ସମ୍ପର୍କୀୟଙ୍କୁ ଦେଖା କରିବା ନିମନ୍ତେ ରାସ୍ତାରେ ଯିବା ସମୟରେ ଏହି ଘଟଣା ଘଟିଥିଲା ।ରୋହିତଙ୍କ ଏହି କାର୍ଯ୍ୟକୁ ସ୍ଥନୀୟ ଅଞ୍ଚଳ ରେ ଭୁୟସୀ ପ୍ରଶଂସା କରାଯାଇଛି । ପୁଅର ଏଭଳି କାର୍ଯ୍ୟ ପାଇଁ ବାପା ଓ ମା ଗର୍ବିତ ବୋଲି ପ୍ରକାଶ କରିଛନ୍ତି ।ଅବସର ପ୍ରାପ୍ତ ଶିକ୍ଷକ ଜଣକ ରୋହିତ ଘରକୁ ଯାଇ ମିଠା ସହ ଆଶୀର୍ବାଦ ଦେଇ ଫେରିଛନ୍ତି। ଖବର ନେବାରେ ଜଣାଯାଇଛି, ଟିକାବାଲି ର ହିରୋ ନାୟକ ପେସାରେ ଜଣେ ଗାଡି ଚାଳକ ହୋଇଥିଲେବି ସମାଜ ସେବା ତାଙ୍କରି ନିଶା । ଦିନ ହେଉ ବା ରାତି,ବର୍ଷା ହେଉକି ଖରା ଯଦି କୌଣସି ଅଞ୍ଚଳରେ କିଛି ଅସୁବିଧା କିମ୍ବା ଦୁର୍ଘଟଣାର ଖବର ମିଳେ ଶ୍ରୀ ନାୟକ ସେଠାରେ ପହଞ୍ଚି ହିରୋ ଭଳି କାମ କରିଥାଆନ୍ତି । ବର୍ତ୍ତମାନ ତାଙ୍କ ପୁଅଙ୍କର ଏଭଳି କାମକୁ ଦେଖି ସାଧାରଣରେ ଚର୍ଚ୍ଚିତ ପୁଅବି ବାପର ପଥ ଅନୁସରଣ କଲାଣି ।

Exit mobile version