Site icon Ethara Sambhala

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି।

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ରେ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି। ଏହି ପୂଜା ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମା ଅନ୍ଧାର ବାଉଁତି ଅଟୋ ଚାଳକ ସଂଘ ତରଫରୁ ଆୟୋଜନ କରାଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଅଙ୍ଗଦ କହଁର ଏବଂ ସମ୍ମାନିତ ଅତିଥି ଭାବେ ଖଜୁରୀପଡା ବ୍ଲକ ଅଧକ୍ଷ ଶ୍ରୀ ବୀରେନ୍ଦ୍ର କହଁର , ଗୋଛାପଡା ସମିତି ସଭ୍ୟା କାମନା କହଁର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁଜାତା କହଁର ଏବଂ ବିଷ୍ଣୁ ଚରଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ଧାର ବଉଁତି ଅଟୋ ଚାଳକ ସଂଘ ସଭାପତି ଶ୍ରୀ ମେହେକା ଦିଗଲ ସମେତ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଆଖପାଖ ଓ ଦୂରଦୂରାନ୍ତର ରୁ ଆସିଥିବା ପ୍ରବଳ ଜନ ସମାଗମ ର ଭିଡ ଦେଖିବାକୁ ମିଳିଥିଲା।

Exit mobile version