Site icon Ethara Sambhala

ଶୋଚନୀୟ ହୋଇପଡ଼ିଛି ବିଜମରା ହରିଜନପଡ଼ା ରାସ୍ତା …!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବିଜମରା ଗ୍ରାମ ହରିଜନପଡ଼ା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅଳ୍ପ ବର୍ଷା ରେ ରାସ୍ତା ଟି କାଦୁଅ ପଚପଚ ହୋଇଯାଇଥିବାରୁ ଲୋକେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ମରାମତି ନିମନ୍ତେ ଅନେକ ଥର ଗ୍ରାମବାସୀ ଅନୁରୋଧ କରି ଜଣାଇବା ସତ୍ତ୍ୱେ ରାସ୍ତା ନିର୍ମାଣ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାଟି ମହାଜନୀ ରାସ୍ତା କହି ସ୍ଥାନୀୟ ସରପଞ୍ଚ କଥାକୁ ଏଡ଼ାଇ ଦେଉଥିବା କୁହାଯାଉଛି। ଯାଥା ଶୀଘ୍ର ରାସ୍ତା ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ କରାନଗଲେ ଗ୍ରାମବାସୀ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Exit mobile version