Site icon Ethara Sambhala

ବନ ବିଭାଗର ଚଢ଼ାଉ ; ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଶାଳ କାଠ ଜବତ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଉତ୍ତରଖଣ୍ଡ ଡି.ଏଫ.ଓ ନୀତିଶ କୁମାର ଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ୧୦ ଘଣ୍ଟା ସମୟରେ ମ. ରାମପୁର ର ପ୍ରୋଫେସନାଲ ଡି.ଏଫ୍.ଓ ଗଜାନନ ଲାଡେ ଏବଂ ଏସି.ଏଫ୍ ବଂଶୀଧର ସ୍ଵାଇଁ ଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ନର୍ଲା ରେଞ୍ଜ୍ ଅଧୀନସ୍ଥ ବାଇଶିଙ୍ଗା ଗ୍ରାମ ଓ କନକ ପୁରଗ୍ରାମ ରେ ଚଢ଼ାଉ କରି ବନ ବିଭାଗ ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟ ର ଶାଳ କାଠ ଜବତ କରିଥିବା ରେ ସଫଳ ହୋଇଛି। ଏହି ଚଢାଉ ରେ ଉତ୍ତରଖଣ୍ଡ ଡି.ଏଫ୍.ଓ ଙ୍କ ଅଧୀନରେ ଥିବା ଚାରୋଟି ରେଞ୍ଜ୍ ଓ ନର୍ଲା ପୋଲିସ ର କର୍ମକର୍ତ୍ତା ସାମିଲ ଥିଲେ। ଜବତ କାଠ ଗୁଡ଼ିକ ନର୍ଲା ରେଞ୍ଜ୍ କାର୍ଯ୍ୟାଳୟ ରେ ରଖା ଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ମ.ରାମପୁର ରେଞ୍ଜ୍ ର କେଶବ ଚନ୍ଦ୍ର ମାଝୀ, କେଗାଁ ରେଞ୍ଜର ହରେକୃଷ୍ଣ ଦୋରା, ଭବାନିପାଟଣା ମୋବାଇଲ ରେଞ୍ଜର ଖେଞ୍ଜା ଦୂର୍ଗା ଙ୍କ ସମେତ ବନ ବିଭାଗ କର୍ମଚାରୀ ଉପସ୍ଥିତି ରହିଥିଲେ। ଚଢ଼ାଉ ବେଳେ ଗ୍ରାମ ମଧ୍ୟରେ ଦେଖାଦେଇଥିବା ଖାକି ପୋଷାକ ଧାରୀ ଙ୍କ ଛାଉଣୀ ଅଞ୍ଚଳବାସୀ ଙ୍କୁ ତାଜୁବ୍ କରି ଦେଇଥିଲା। ଏହି ଅଞ୍ଚଳରେ ଏଭଳି ବଡ଼ଧରଣର ଚଢ଼ାଉ ପୂର୍ବରୁ କେବେବି ହୋଇ ନଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ କାଠ ଜବତ କରାଯାଇଥିବା ଘର ର ମାଲିକ୍ ମାନେ ନଥିବାରୁ ଚଢ଼ାଉ ଦଳ ଘର ତାଲା ଭାଙ୍ଗି ଘରୁ କାଠ ଜବତ କରିଥିଲେ। ଫଳରେ ବର୍ତ୍ତମାନ ସୁଦ୍ଧା ଏହି ମାମଲରେ କାହାରିକୁ ଗିରଫ୍ କରାଯାଇନଥିବା ସୂଚନା ମିଳିଛି। ଏନେଇ ବିଭାଗ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

Exit mobile version