Site icon Ethara Sambhala

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଙ୍କ ଦ୍ଵାରା ୫ ଟି ପ୍ରକଳ୍ପ ର ଶିଳାନ୍ୟାସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କତା ଉଦ୍ୟୋଗର ବିକାଶ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ହୋଇଛି ଏକ କର୍ମଶାଳା। ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ତରଫରୁ କୟର ବୋର୍ଡ ପକ୍ଷରୁ ଏହି କର୍ମଶାଳା ହୋଇଯାଇଛି। ୨.୫ କୋଟି ଟଙ୍କା ବ୍ୟୟରେ ରାଜ୍ୟର କୋଣାର୍କ, ରାଜକନିକା, ରାଧାରାଣୀ, ରଘୁନାଥପୁର ଓ ଭୋଗରାଇରେ ନିର୍ମିତ ହେବ କୟର ଫ୍ୟାସିଲିଟି ସେଣ୍ଟର। ଯାହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। କତା ତିଆରି ହାତୀ, ଘୋଡା, ବାଇଚଢେଇ ବସା, ଅଳଙ୍କାର, ପାପୋଛ ଭଳି ସାମଗ୍ରୀକୁ ସୁଲଭ ମୂଲ୍ୟରେ ରାଜ୍ୟ ତଥା ବାହାରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖାଯାଇଛି।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ୭୫ଟି ନୂତନ ଉଦ୍ୟୋଗ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ୩୦୦ରୁ ଅଧିକ ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ମହିଳାମାନେ କତା ସାମଗ୍ରୀ ତିଆରି କରୁଥିଲେ ବି ଏହି ଶିଳ୍ପ ସବୁଠି ପହଞ୍ଚିପାରୁନି। ତେଣୁ ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ କହିଛନ୍ତି କୟର ବୋର୍ଡ ସଂପାଦକ କୁମାର ରାଜା।

Exit mobile version