Site icon Ethara Sambhala

ଖଡିଆଳ କଲେଜ ଅଧ୍ୟକ୍ଷ ଙ୍କ ମନମାନି ଅଭିଯୋଗ: ଆନ୍ଦୋଳନକୁ ଓଲ୍ଲାଇଲେ ଛାତ୍ରଛାତ୍ରୀ

!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡା ଜିଲ୍ଲା ର ଖଡିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଜିଲ୍ଲାର ଏକ ମାତ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ । ଏହି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗତ ଏକ ବର୍ଷ ରେ ବିଭିନ୍ନ ସମୟରେ ଅଧ୍ୟକ୍ଷ ଡ. ହରେନ୍ଦ୍ର ପଣ୍ଡାଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓଲ୍ଲାଇଥିବା ଦେଖିବାକୁ ମିଲିଛି । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ବାରମ୍ବାର ଅଧ୍ୟକ୍ଷ ଙ୍କୁ ଅବଗତ କଲା ପରେ ମଧ୍ୟ ଅଧ୍ୟକ୍ଷ ପଦକ୍ଷେପ ନେଉନଥିବାରୁ  ମହାବିଦ୍ୟାଳୟ ର ଯୁକ୍ତ ୩ ଓ ଯୁକ୍ତ ୨ ର ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ମୁଖ୍ୟ ଗେଟ ସମାନାରେ ଅଧ୍ୟକ୍ଷ ଙ୍କ ବିରୋଧରେ ବିକ୍ଷୋଭ ପଦର୍ଶନ ସହିତ ଆନେ୍ଦାଳନ କରିଥିଲେ । ମହାବିଦ୍ୟାଳୟରେ ପରିସ୍ରାଗାର-ଶୈାଚାଲୟ ସମସ୍ୟା, ଲାଇବ୍ରେରୀ ରେ ବହି ନମିଲିବା ସମସ୍ୟା , କ୍ଲାସ ରୁମ ସହିତ ବାହାରେ ପିଇବା ପାଣି ସମସ୍ୟା, ଛାତ୍ର କମନ ରୁମ ସମସ୍ୟା, ଛାତ୍ରଛାତ୍ରୀଙ୍କ ପାଇଁ ଜିମ ରୁମ ନଥିବାରୁ ବ୍ୟୟାମ କରିପାରୁନଥିବା ପରି ଭିଭିନ୍ନ ସମସ୍ୟା, ଏହି ସବୁ ଆନୁଷଙ୍ଗିକ ସମସ୍ୟା ଅଧ୍ୟକ୍ଷ ଙ୍କ ହାତରେ ସମାଧାନ ହେଇପାରୁଥିବା ବେଳେ ଅଧ୍ୟକ୍ଷ ଙ୍କ ମନୋବୃତିର ଅଭାବ ଯୋଗୁଁ ସମସ୍ୟା ଉତ୍କଟ ହୋଇପଡିଥିବା ଛାତ୍ରଛାତ୍ରୀ ଗୁରୁତର ଅଭିଯୋଗ କରିଛନ୍ତି । ଯେଉଁ ସମସ୍ୟା ଗୁଡିକ ଛାତ୍ରଛାତ୍ରୀ ମାନେ ଦର୍ଶାଇଛନ୍ତି ସେହି ବିଷୟ ରେ ଛାତ୍ରଛାତ୍ରୀ ମାନେ ପ୍ରତିବର୍ଷ ଫିଜ ଦେଉଛନ୍ତି । ଫିଜ ଦେଉଥିବାରୁ ଏହି ସବୁ ବିଷୟ ପ୍ରତି ଅଧ୍ୟକ୍ଷ ଧ୍ୟାନଦେବା ଜରୁରୀ । ଏହି ସବୁ ସମସ୍ୟା ର ସମାଧନ ନକରି ଅଧ୍ୟକ୍ଷ ଚୁପ ପଡିବା କେତେଦୁର ଜରୁରୀ ବୋଲି ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ପରେ ଛାତ୍ରଛାତ୍ରୀ ମାନଙ୍କ ଏକ ପ୍ରତିନିଧି ଦଳ ପୋଲିସ ର ସହାୟତାରେ ଅଧ୍ୟକ୍ଷ ଙ୍କ ଠାରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଡ.  ପଣ୍ଡା ଆସନ୍ତା ସେପ୍ଟେମ୍ବର ମାସ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଲାପରେ ଛାତ୍ରଛାତ୍ରୀ ମାନେ ଆନେ୍ଦାଳନରୁ ହଟିଥିବା ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି  ।  ଏହି ଭିକ୍ଷୋଭ ପଦର୍ଶନ ରେ ଛାତ୍ର ଦେବେନ୍ଦ୍ର ନାଗ, ପ୍ରମୋଦ ସାହୁ, ମାନସ ରାଉତ, ଝସକେତନ ପଟେଲ, ଗୋବରର୍ଦ୍ଧନ ମାଝୀ, ବିକ୍ରମ ନାଗ, ଆର୍ଯ୍ୟ ସାହୁ, ସାଗର ଭୋଇ, ରାହୁଲ ବାଗ, ବିରେନ ଧିର, ଶୋଭିତ ରଣା, ଜିଶୁ, ଅଭିଶେକ ପୁରୋହିତ, ଡୋନାଲ, ଗୈାରୀ ଶଙ୍କର ହରିଜନ, ବବ୍ଲୁ, ଝସକେତନ ରଣା, ସୁମନ ନାଏକ, ରୋହନ ଜେନ୍, ଆଶିଷ ଅଗ୍ରୱାଲ, ପ୍ରେମଲାଲ କାଣ୍ଡ, ପଦ୍ମନାଭ ତାଣ୍ଡି, ମୋଶମୀ ଭୋଇ, ଦାନିଏଲ ମିଚେଲ, ଶୋମ୍ୟ ମହାପାତ୍ର ସମେତ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ ।

Exit mobile version