Site icon Ethara Sambhala

ପଞ୍ଚାୟତ ସମିତି ବୈଠକରେ ଦୁଇ ନେତା ହାତାହାତି ; ବିଧାୟକ ନୀରବ ଦ୍ରଷ୍ଟା…!

ଏଥର ସମ୍ଭାଳ (ଗୁଣପୁର) – ନିଜ ନିଜ ର କର୍ତ୍ତବ୍ୟ ଭୁଲି ଗଲେ ନିର୍ବାଚିତ ପ୍ରତିନିଧି । ପିଲାଙ୍କ ଭଳି ହେଲେ ମାରପିଟ । ପଞ୍ଚାୟତ ସମିତି ବୈଠକରେ ହାତାହାତି ହୋଇଛନ୍ତି ଦୁଇ ନେତା । ଏଭଳି ଦେଖିବାକୁ ମିଳିଛି ଗୁଣପୁର ପଞ୍ଚାୟତ ସମିତି ବୈଠକରେ ।

ବୈଠକ ଚାଲିଥିବାବେଳେ ବୈଠକରେ କୋରମ ଅଭାବର ପ୍ରସଙ୍ଗକୁ ନେଇ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ହାତାହାତି ହୋଇଛନ୍ତି । ବୈଠକରେ ପଞ୍ଚାୟତ ସମିତିର ୨୦ ଟି ଗ୍ରାମପଞ୍ଚାୟତରୁ ୫ ଟି ସମିତି ସଭ୍ୟ ଓ ୩ ଟି ସରପଞ୍ଚ ଉପସ୍ଥିତ ଥିଲେ । ଏହାକୁ ନେଇ ଘନାନ୍ତ୍ରୀ ସମିତି ସଭ୍ୟ ଶ୍ରୀଧର ଶବର ଆବଶ୍ୟକ କୋରମ ନ ଥାଇ ବୈଠକ କେମିତି ଚାଲିଛି ବୋଲି ପ୍ରଶ୍ନ କରୁଥିଲେ । ତେବେ ଗୁଣପୁର ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେଡି ନେତା ଅଶ୍ବିନୀ ଗମାଙ୍ଗ ଶ୍ରୀଧରଙ୍କୁ ପାଟି ବନ୍ଦ କରିବାକୁ ତାଗିଦ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଅଶ୍ବିନୀ ନିଜ ସ୍ଥାନରୁ ଉଠି ଶ୍ରୀଧରଙ୍କ ପାଖକୁ ଆସିବାରୁ ଦୁହେଁ ହାତାହାତି ହୋଇଥିବା ଜଣାପଡ଼ିଛି । ଏହାକୁ ଦେଖି ବିଡିଓ କୋରମ ଅଭାବରୁ ବୈଠକକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି ।

ବୈଠକରେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ , ଅଧ୍ୟକ୍ଷା ଦେବକୀ ଗମାଙ୍ଗ , ବିଡିଓ ଅଗସ୍ଥି ପ୍ରଧାନ, ସହକାରୀ ଯନ୍ତ୍ରୀ ଦୂର୍ଯ୍ୟଧନ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ।

ବିଧାୟକଙ୍କ ଉପସ୍ଥିତ ରେ ଏଭଳି ତୁମୁଳ କାଣ୍ଡ ଘଟିଥିଲେ ମଧ୍ୟ ଏଥି ପ୍ରତି ବିଧାୟକଙ୍କ ନୀରବ ଦ୍ରଷ୍ଟା ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ୍ ସୁଦ୍ଧା ଏନେଇ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି।

Exit mobile version