Site icon Ethara Sambhala

ଭବାନୀପାଟଣା ଠାରେ ଓ.ସୁ ୟୁନିଅନ ର ଅଷ୍ଟମ ଜିଲ୍ଲା ସମ୍ମିଳନୀ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଠାରେ ଓ. ସୁ ୟୁନିଅନ ର ଅଷ୍ଟମ ଜିଲ୍ଲା ସମ୍ମିଳନୀ
ଭବାନୀପାଟଣା ଠରେ ଓଡିଶା ସେଲସ ରିପ୍ରେଜେଣ୍ଟଟିଭି ୟୁନି ଅନର ଅଷ୍ଟମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏକ ମୋଟର ସାଇଜେଲ ରାଲି ବିଭିନ୍ନ ସ୍ଲୋଗାନ ଦେଇ ବିଜୁ କଲ୍ୟାଣ ମଣ୍ଡପ ରୁ ବାହାରି ଭବାନୀପାଟଣା ସହର ପରିକ୍ରମା କରିଥିଲା । ସାଥୀ କୈଳାଶ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେସିଡିଏ ର ଜେନେରାଲ ସେକ୍ରେଟାରୀ ଆଚାର୍ଯ୍ୟ ହୃଷିକେଶ ମିଶ୍ର ଯୋଗ ଦେଇଥିବାବେଳେ ଅତିଥି ଭବେ ଆସିଷ୍ଟା ର ଜେନେରାଲ ସେକ୍ରେଟାରୀ ବି,ଏନ, ସାହୁ ,ଅଶୁର ରାଜ୍ୟ ସମ୍ପାଦକ ଏନ,ବ୍ରହ୍ମା ,ସି ଟୁ ର ସଭାପତି ନବ ଜିଶୋର ପଟନାୟକ ,ସିଟୁ ର କଳାହାଣ୍ଡି ଜିଲ୍ଲା ସେକ୍ରେଟାରୀ ବିଶ୍ୱଜିତ ଚ।ଟାର୍ଜୀ ଯୋଗଦେଇ ୟୁନିଅନ ସମ୍ପର୍କିତ ନିଜସ୍ୱ ମତ ପ୍ରଦାନ କରିଥିଲେ ।

ଭବାନୀପାଟଣା ଓ ଶୁ ଶାଖାର ଜିଲ୍ଲା ସଭାପତି କୈଳାଶ ପଣ୍ଡା ,ସମ୍ପାଦକ ଜି,ଏସ,ରାୟଗୁରୁ ,କୋଷଧକ୍ଷ ଦୀପ୍ତି ପଟନାୟକ ଆଲୋଚନାରେ ଭାଗ ନେଇ ଥିବା ବେଳେ ଏ,ଆଇ,ଟି,ୟୁ,ସି ର କର୍ମକର୍ତ୍ତା ଦାମୋଦର ବେହେରା ଏବଂ ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗ ଦେଇ ସମ୍ମିଳନୀର ସଫଳତା କାମନା କରିଥିଲେ ।

ସମ୍ମିଳନୀରେ ୟୁନିଅନ ର କାର୍ଯ୍ୟକଳାପ ନେଇ ବିଶଦ ଆଲୋଚନା କରାଯାଇଥିଲା । ସଂଘ ରେ ଦେଖା ଦେଇଥିବା ସମସ୍ୟା ଗୁଡିକ କିଭଳି ଆଗାମୀ ଦିନରେ ସମାଧାନ ହୋଇ ପାରିବ ଏନେଇ ଏକ କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରିବା ସହ ଆଗାମୀ ବର୍ଷ ନିମନ୍ତେ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା ।ଶେଷରେ ସାଥି ପି,ପି,ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସାଥି ନରେନ୍ଦ୍ର ସାହୁ,ହରିହର ପ୍ରଧାନ ଓ ସୁରେଶ ସେନାପତି ସମ୍ମିଳନୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସନ୍ଧ୍ୟାରେ ସ୍ଥାନୀୟ କୁନୁକୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Exit mobile version