Site icon Ethara Sambhala

ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ କଲେଜ କର୍ତ୍ତୃପକ୍ଷ ଙ୍କ ଅବମାନନା ; ଓଡ଼ିଆ ଭାଷା ପାଇଁ ସରକାରୀ ନିୟମ ପାଲଟିଛି ଖାଲି ଚୁଛା ପ୍ରହସନ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ନାତକ ଓଡ଼ିଆ ବିଭାଗ ଛାତ୍ରାଛାତ୍ରୀ ମାନଙ୍କୁ ମଧ୍ୟରେ ଆଡ଼ମିସନ ଫିଜକୁ ନେଇ ଅଶାନ୍ତି ଦେଖାଦେଇଛି । ସମସ୍ୟାର ସମାଧାନ ପାଈଁ ଛାତ୍ରାଛାତ୍ରୀ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ , ଯେଉଁ ପିଲାମାନେ ସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ସ୍ନାତକ ଓଡ଼ିଆ ବିଭାଗରେ ଆଡ଼ମିସନ କରୁଛନ୍ତି ,କେବଳ ହଷ୍ଟେଲ ପିଲାଙ୍କ ଫିଜ୍ ବ୍ୟତିତ ସେମାନଙ୍କ ଠାରୁ ଆଉ କୋଣସି ଫିଜ୍ ନିଆଯିବ ନାହିଁ ଏବଂ ଏ ସମ୍ପର୍କରେ ସମସ୍ତ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କୁ ଏହି ବିଜ୍ଞପ୍ତି ତଥା ଆଦେଶନାମା ଗତ ୨୦୧୮-୧୯ ଶିକ୍ଷା ବର୍ଷ ଠାରୁ ଲାଗୁ ହେବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ହେଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ପ୍ରକାଶିତ ସରକାରୀ ବିଜ୍ଞପ୍ତି ପ୍ରତି ସମ୍ପୃକ୍ତ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ଭାବେ ଅବଜ୍ଞା ଓ ଅବମାନନା କରି ଛାତ୍ରଛାତ୍ରୀଙ୍କ ଠାରୁ ଚଳିତ ଥର ପୁନଃ ଆଡ଼ମିସନ ଫିଜ୍ ବାବଦରେ ଜଣପିଛା ୩୫୩୯ ଟଙ୍କା ନିଆଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗରେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ଦୁଇଥର ଲିଖିତ ଅଭିଯୋଗ ପତ୍ରରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାନଯାଇ ବର୍ତ୍ତମାନ ପୁଣି ଛାତ୍ରାଛାତ୍ରୀ ମାନଙ୍କୁ ରି-ଆଡ଼ମିସନ ପାଈଁ ନୋଟିସ କରାଯାଇଛି ।

ଆହୁରି ମଧ୍ୟ ଛାତ୍ରାଛାତ୍ରୀ ମାନେ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ,ସରକାରଙ୍କ ବିଜ୍ଞପ୍ତି ପ୍ରକାରେ ଆମେ ଆମର ଆଡ଼ମିସନ ପାଉଣା ଛାଡ଼ ନିମନ୍ତେ ଉଚ୍ଚଶିକ୍ଷା ବିଭାଗର ପ୍ରଦତ୍ତ ଚିଠି ସହ ଏକ ଦରଖାସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏସମ୍ପର୍କରେ ସାକ୍ଷାତ ଆଲୋଚନା କରି ଗତ ୫/୮/୨୦୧୯ ରେ ନିବେଦନ ଦରଖାସ୍ତ ଦେଇଥିଲୁ , ହେଲେ ଏ ଦିଗରେ କୌଣସି ଉତ୍ତର ନ ମିଳିବା ପରେ ଆମେ ପୁଣି ଗତ ୧୦/୮/୧୯ ରେ ମିଶିଥିଲୁ । ହେଲେ ଏ ସମ୍ପର୍କରେ ଆମକୁ କୁହାଯାଇଥିଲା ଯେ , ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଠାରୁ ଯେଉଁ ବିଜ୍ଞପ୍ତି ବାହାରିଛି ବା ଆସିଛି , ତାହା ସମ୍ପୁର୍ଣ୍ଣ ଭାବେ ମିଥ୍ୟା , ଫେକ୍ ଓ ନକଲି ବୋଲି କହିଥିଲେ ।

ଛାତ୍ରାଛାତ୍ରୀ କହିଛନ୍ତି ଯେ , ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କ ଦସ୍ତଖତ ଥାଇ ପ୍ରକାଶିତ ବିଜ୍ଞପ୍ତି ଯଦି ମିଥ୍ୟା , ଫେକ୍ ଓ ନକଲି , ତେବେ ଏ ସମ୍ପର୍କରେ ଆବଶ୍ୟକ ସତ୍ୟାସତ୍ୟ ତଦନ୍ତ ହେବା ଜରୁରୀ ବୋଲି ଛାତ୍ରାଛାତ୍ରୀ ମାନେ ଅଡି-ବସିଛନ୍ତି ।

ଏହି ଅବସରରେ ସ୍ନାତକ ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାସ୍ତା ରେ ବିଭିନ୍ନ ସ୍ଲୋଗାନ ସବୁ ଦେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ କରିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ । “ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଦସ୍ତଖତ ଥିବା ଏହି ନିର୍ଦ୍ଦେଶନାମା କଣ ସତରେ ମିଥ୍ୟା ଓ ନକଲି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Exit mobile version