!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଉପଜିଲ୍ଲାପାଳ ଡଃ ସିଦ୍ଧେଶ୍ବର ବଳିରାମ ବନ୍ଦୋର ବଂଶଧାରା ବନ୍ୟା ପ୍ରଭାବିତ ରାମନାଗୁଡା ବ୍ଳକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ରାମନାଗୁଡା ବ୍ଳକର ଲିମାପଦର ଗ୍ରାମରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ପରିବାଚାଷ ଜମି ବୁଲି ଦେଖିବା କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ପ୍ରତି ବର୍ଷ ବଂଶଧାରା ପାଣି ଆସି ଚାଷ ଜମି ନଷ୍ଟ ହେବା ସହ ପରିବାଚାଷ ନଷ୍ଟ ହେଉଥିବା ଲୋକମାନେ ଅଭିଯୋଗ କରିବା ସହ ତୁରନ୍ତ ଏହି ଦିଗରେ ପଦକ୍ଷେପ ନେବା ସହ ଆଡିବନ୍ଦ ନିମନ୍ତେ ଦାବି କରିଥିଲେ। ଆଡିବନ୍ଦ ବନ୍ଦ ନିମନ୍ତେ ଉପଜିଲ୍ଲାପାଳ ଏନେଇ ବିଭାଗୀୟ ଉଚ୍ଚ କତ୍ତୁପକ୍ଷଙ୍କୁ ଅବଗତ କରାଇବାକୁ ପ୍ରୁତିଶୃତି ଦେଇଥିଲେ। ସେହିପରି ଉପଜିଲ୍ଲାପାଳ ବଂଶଧାରା ତଟବତ୍ତୀଅଞ୍ଚଳ ବୁଲି ଦେଖିବା ସହ ଆଚବା, ସୁବାଇ, ଢେପଗୁମୁଡା, ଭାମିନି ଆଦି ବନ୍ୟାଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଗୁମୁଡାରେ କ୍ଷତିଗ୍ରସ୍ତ ଘର ବୁଲି ଦେଖିବା ସହ ଅତିଶୀଘ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଉପଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ, ଅତିରିକ୍ତ ତହସିଲଦାର ଫଡ୍ରିନାଲ୍ ଏକ୍କା,ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

