!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀଲାଲ ଦୁର୍ଗା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମର ଜଣେ ବୃଦ୍ଧ ପରକ୍ଷିତ ରାଉତ ପାହାନ୍ତିଆ ରୁ ଶୌଚ ପାଇଁ ନିକଟ ନଦୀ କୁ ଯାଉଥିବା ସମୟରେ ପାଖ ଜଙ୍ଗଲ ରୁ ଦୁଇଟି ଭାଲୁ ଆକ୍ରମଣ କରି ତାଙ୍କ ମୁହଁରେ ଗଭୀର କ୍ଷତ କରି ଲହୁଲୁହାଣ କରିଥିବା ବେଳେ ବୃଦ୍ଧ ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମାନେ ଉଦ୍ଧାର କରି କୋକସରା ଡାକ୍ତରଖାନା ରେ ଭର୍ତ୍ତି କରିବା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।

