Site icon Ethara Sambhala

ନକଲି ଗୁଟୁଖା କାରଖାନା ଠାବ ରେ ରାୟଗଡ ପୋଲିସ ର ବଡ଼ ସଫଳତା ।

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ !!!

ଏକ ବିସ୍ୱସ୍ଥ ସୂତ୍ର ରୁ ଖବର ପାଇ ନକଲି ଗୁଟୁଖା ତିଆରି କାରଖାନା ଉପରେ ପୋଲିସ ଚଢାଉ କରିଛି । ରାୟଗଡ ଜିଲ୍ଲା ଚନ୍ଦ୍ରପୁର ବ୍ଲକ ମୁନିଗୁଡା ଥାନା ଅଧିନସ୍ଥ ତୁରିଗୁଡା ଗ୍ରାମ ଠାରେ ପୋଲିସ ଏହି ନକଲି ଗୁଟୁଖା କାରଖାନ ଠାବ କରିଛି ।

ମୁନିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆର.କେ ଦିହୁରି ତାଙ୍କ ସହଯୋଗୀ କର୍ମକର୍ତ୍ତା ଙ୍କୁ ନେଇ ବିଷମକଟକ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଚନ୍ଦ୍ର ଶେଖର ହୋତା ଙ୍କ ତତ୍ଵାବଧାନ ରେ ଏହି ଚଢ଼ାଉ କରିଥିଲେ ।

ଏହି ସଂକ୍ରାନ୍ତ ରେ ପୋଲିସ ମୁନିଗୁଡା ଥାନା କେସ୍ ନମ୍ବର ୯୯ ତା ୦୬/୦୮/୧୯ ରିଖ କ୍ରମେ ଏକ ମାମଲା ରୁଜୁ କରି ଏହି କାରଖାନା ପରିଚାଳକ ତଥା ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ବ୍ରଜରାଜ ନଗର ନିବାସୀ ଗୌରୀ ଶଙ୍କର ପତି , ବ୍ରହ୍ମପୁର ଥାନା ହରିଡା଼ଖଣ୍ଡି ଗ୍ରାମ ନିବାସୀ ବଳରାମ ଗୌଡ ଏବଂ ମୁନିଗୁଡା ଥାନା ଆଂକୁଲି ପଦର ଗ୍ରାମ ନିବାସୀ ମୋହନ ଗୁଡୁମ୍ବାକା ଙ୍କ ବିରୋଧ ରେ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୭୩ / ୪୨୦ / ୩୪ ଏବଂ ତମ୍ବାଖୁ ନିୟନ୍ତ୍ରଣ ଆଇନ ର ଧାରା ୨୦ କ୍ରମେ କେସ୍ ରୁଜୁକରି ତଦନ୍ତ ଚଲାଇଛି ।

ଅଭିଯୁକ୍ତ ମାନେ ଏହି ହାନିକର ଦ୍ରବ୍ୟ ଓ ନକଲି ଗୋକୁଳ ଡିଲକ୍ସ ମିକ୍ସ ନାମ ରେ ନକଲି ହାନିକାରକ ତମାଖୁ ତିଆର କରି ମୁନିଗୁଡା ସହର ଓ ସହର ବାହାର କୁ ଗୁଟୁଖା ବିକ୍ରୟ କରି ଜନ ସାଧାରଣ ଙ୍କୁ ଠକୁ ପୋଲିସ ଅଭିଯୋଗ କରିଛି ।

ଚଢ଼ାଉ ବେଳେ ପୋଲିସ ଏଠାରୁ ୨ ଗୋଟି ବଡ଼ ମିକ୍ସର୍ ମେସିନ , ଗୋଟିଏ ଓଭମ , ଡିଲକ୍ସ ମିକ୍ସ ଥିବା ଗୁଟୁଖା ୪୦ ବସ୍ତା ଏବଂ ୧୬ ଗୋଟି ଟ୍ରେ ଜବତ କରିଛି । ସମସ୍ତ ଜିନିଷ ଗୁଡ଼ିକ ର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ କୁମାର ବିବେକ ସୁଚନା ଦେଇଛନ୍ତି ।

ପୋଲିସ ର ଏତେ ବଡ଼ ସଫଳତା କୁ ସାଧାରଣ ରେ ଭୁୟସି ପ୍ରଶଂସା କରାଯାଇଛି । ଆଗାମୀ ଦିନ ରେ ଏଭଳି ବେଆଇନ କାର୍ଯ୍ୟ ପ୍ରତି ନଜର ରଖିବା ସଙ୍ଗେ ସଙ୍ଗେ ତମ୍ବାଖୁ ବିକ୍ରୟ ସ୍ଥାନ ରେ ହେଉଥିବା ତମ୍ବାଖୁ ଦ୍ରବ୍ୟ ବିକ୍ରିକୁ ଯାଞ୍ଚ କରି ଦୃଢ ହସ୍ତ ରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ରାଜ୍ୟ ଖାଉଟି ସୁରକ୍ଷା ପରିଷଦ ର ସଭ୍ୟା ଶ୍ରୀମତୀ ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଦାବୀ କରିଛନ୍ତି ।

Exit mobile version