!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କଳାହାଣ୍ଡି) – କାଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଭମରମାଲ ଗ୍ରାମ ର ଶତ୍ରୁଘନ ସାହୁ ସ୍ୱଚ୍ଛ ଭାରତ ଅଭିଯାନ ରେ ଗତ ବର୍ଷ ଏକ ଶୌଚାଳୟ ନିର୍ମାଣ କରିଥିଲେ । ଆଜକୁ ୨ ବର୍ଷ ହେଲା ଖର୍ଚ୍ଚ କରିଥିବା ୧,୨୦,୦୦୦ ଟଙ୍କା ପାଇପାରିନଥିବା ଏବଂ ଏଥି ନିମନ୍ତେ ବାରମ୍ବାର ବ୍ଲକ କାର୍ଯ୍ୟାଳୟ କୁ ଯାଇ ଗୁହାରି କରିବା ପରେ ବି କୌଣସି ସୁଫଳ ମିଳୁନଥିବା ଶତୃଘ୍ନ ସାହୁ ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ସ୍ଥାନୀୟ ଜୈନିକ ଠିକାଦାର ବିଭିନ୍ନ କ୍ଷେତ ହିଡ ଓ ନିଛାଟିଆ ସ୍ଥାନରେ ଅତି ନିମ୍ନ ମାନର ଶୌଚାଳୟ ନିର୍ମାଣ କରି ଗୋଟିଏ ଶୌଚାଳୟ ଉପରେ ୨ ରୁ ୩ ଥର ରଙ୍ଗ ଦେଇ ଅନ୍ୟ ଅନ୍ୟ ଲୋକଙ୍କ ନାଁରେ ବିଲ ପାସ କରି ସମସ୍ତ ଅର୍ଥରାଶି ଆତ୍ମସାତ କରୁଥିବା ସାଧାରଣ ରେ ଚର୍ଚ୍ଚା ହେଉଛି । କନିଷ୍ଠ ଯନ୍ତ୍ରୀ , କ୍ଲଷ୍ଟ୍ରର ସଂଯୋଜକ ଓ ଅନ୍ୟ ସମସ୍ତ ବିଭାଗୀୟ କର୍ମ ଚାରି ଙ୍କ ମିଳିତ ସହଯୋଗରେ ଏହିସବୁ କାର୍ଯ୍ୟ କରାଯାଉଥିବା କୁହାଯାଉଛି।
ଏ ନେଇ କେସିଙ୍ଗା ବି. ଡ଼ି. ଓ ଶ୍ରୀ ଭୀମସେନ ଶବର ଙ୍କୁ ପଚାରି ବୁଝିବାରୁ ବିଗତ ଦିନ ରେ ଏପରି କିଛି ଅଭିଯୋଗ ସାମ୍ନା କୁ ଆସି ଥିଲା ଓ ତାର ସମାଧାନ ମଧ୍ୟ ହୋଇଥିଲା , କିନ୍ତୁ ବର୍ତମାନ ଏପରି କିଛି ମୋ ନଜର କୁ ଆସି ନାହିଁ ,ଯଦି ଏମିତି କିଛି ହୋଇଥାଏ ତାର ତଦନ୍ତ ନିଶ୍ଚୟ କରାଯିବ ବୋଲି କହିଛନ୍ତି। ଦେଖିବାକୁ ରହିଲା ଏହି ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ କେତେ ତତ୍ପରତା ପ୍ରକାଶ କରୁଛି ଏବଂ ଏନେଇ କଣ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି।

