Site icon Ethara Sambhala

ଦୁଇ ଭିନ୍ନକ୍ଷମ ପିଲାଙ୍କୁ ମିଳିଲା ସରକାରୀ ସହାୟତା…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ରତିନିଧି ପ୍ୟାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଚାରବାହାଲ ପଞ୍ଚାୟତ ର ମାଝୀ ପଡ଼ା ଗ୍ରାମର ଅଜୟ ସିଂହ ଙ୍କ ଦୁଇ ପୁଅ ସୁବ୍ରତ ଓ ଭୁପେନ୍ଦ୍ର ଜନ୍ମର ପାଞ୍ଚ ବର୍ଷ ପରେ ଅଜଣା ରୋଗରେ ରୋଗାକ୍ରାନ୍ତ ବିକଳାଙ୍ଗ ହୋଇଯାଇଛନ୍ତି। ବାପା ନିଜ ପିଲାଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଥିଲେ ମଧ୍ଯ କୌଣସି ସୁଫଳ ମିଳିପାରିନଥିଲା। ଆର୍ଥିକ ଅନାଟନ ଯୋଗୁଁ ପିଲାଙ୍କୁ ଉଚିତ୍ ଚିକିତ୍ସା ଯୋଗାଇବାରେ ଅସମର୍ଥ ଅଛନ୍ତି ପିତା ଅଜୟ ସିଂହ। ଏହାଙ୍କ ଦୂରାବସ୍ଥା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଘଟଣାଟି ଜିଲ୍ଲାପାଳ ଙ୍କ ଦୃଷ୍ଟି କୁ ଆସିଛି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜୁନାଗଡ଼ ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ଏବଂ ଜି.ଆର୍.ଏସ୍ ଗୌତମ ଦଳପତି ଅଜୟ ସିଂହ ଙ୍କ ଘରେ ପହଞ୍ଚି ଦୁଇ ଦିବ୍ୟାଙ୍ଗ ଙ୍କ ପାଇଁ ଦୁଇଟି ୱୁଇଲ ଚେୟାର ଦେଇଛନ୍ତି। ଆଗାମୀ ଦିନରେ ଏମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆବାସ ଗୃହ ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି।

Exit mobile version