!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ପ୍ରତିନିଧି ପ୍ୟାରିଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଧର୍ମଗଡ଼) – କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ପେକ୍ସ ମାଧ୍ୟମରେ ମଣ୍ଡି ମାନଙ୍କ ରେ ଧାନ କ୍ରୟ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ଗତ ଜୁନ ୩୦ ତାରିଖ ଚାଷୀ ଙ୍କ ଠାରୁ ଧାନ କ୍ରୟ କରା ସରିଥିବା ପେକ୍ସ କତୃପକ୍ଷ ଦର୍ଶାଇଛନ୍ତି । ବସ୍ତାବିକ ରୁପେ ଏହା ହୋଇନଥିବା କେବେଳ କାଗଜ କଲମ ମାଧ୍ୟମରେ କ୍ରୟ ସରିଥିବା ଚାଷୀ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମଣ୍ଡି ରେ ଶହ ଶହ ବସ୍ତା ଧାନ ପକାଇ ରଖି ଚାଷୀ ବିକ୍ରୟ ନିମନ୍ତେ ଜଗିବସିଛନ୍ତି। କତୃପକ୍ଷ ଙ୍କ ଏଭଳି ପ୍ରହସନ ଚାଷୀ କୂଳ ମଧ୍ୟରେ ଉଦବେଗ ପ୍ରକାଶ କରିବା ସହ ଅସନ୍ତୋଷ ବୃଦ୍ଧି କରୁଛି ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ହାବଶପୁର ମଣ୍ଡିରେ। ଉକ୍ତ ମଣ୍ଡି କୁ ବିକ୍ରି ପାଇଁ ଆଣିଥିବା ଧାନ କ୍ରୟ ନହୋଇ ପଡ଼ିରହିଥିବା ଦେଖା ଦେଇଛି ।
ଗତ ଜୁନ ମାସ ୧୫ ତାରିଖ ରେ ଚାଷୀ ମାନଙ୍କୁ ଧାନ କ୍ରୟ କରାଯିବ ବୋଲି ଟୋକନ ଦିଆଯାଇଥିଲା । ହଠାତ ୩୦ ତାରିଖ ରେ ମଣ୍ଡି ବନ୍ଦ କରାଯାଇଥିବା ଘୋଷଣା କରାଯାଇ ଧାନ ଆଉ କିଣାଯିବା ନାହିଁ ବୋଲି ପେକ୍ସ ଅଧିକାରୀ ପ୍ରକାଶ କରିଥିଲେ ।
ଚାଷୀ ମାନେ ଏ ନେଇ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ଜିଲ୍ଲାପାଳ ଓ ବିଧାୟକ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।
ମଣ୍ଡି ରେ ଧାନ ରଖି ବିକ୍ରି ଆଶାରେ ଚାଷୀମାନେ ଦିନ ରାତି ସେମାନେ ଅମଳ କରିଥିବା ଫସଲ କୁ ଜଗିରହିଛନ୍ତି । ତଥାପି ସରକାର ଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ରୁ ଚାଷୀ ମହଲ ରେ ଅସନ୍ତୋଷ ଦାନା ବନ୍ଧୁଛି ।
ଫସଲ ଆରମ୍ଭ ରୁ ଅମଳ ପର୍ଯ୍ୟନ୍ତ ଚାଷୀ କରଜ କରିଥିବା ଅର୍ଥ ଭରଣା କରିବା ପାଇଁ ଅସମର୍ଥ ହୋଇପଡ଼ିଛନ୍ତି । ଏନେଇ ଆଉ କିଛି ଉପାୟ ନପାଇ ଚାଷୀମାନେ ଶେଷରେ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି।
ରବି ଚାଷ ରେ କରିଥିବା ଫସଲ କୁ ଖରିଫ୍ ଚାଷ ଆରମ୍ଭ ପର୍ଯ୍ୟନ୍ତ ବିକ୍ରି କରିପାରିନଥିବାରୁ ଚାଷୀ ମାନେ ଋଣ ର ବୋଝ ମୁଣ୍ଡେଇ ନୟାନ୍ତ ହୋଇପଡ଼ିଥିବା ଚାଷୀ କୂଳ ପ୍ରକାଶ କରିଛନ୍ତି ।
ଏପରି ସ୍ଥିତି ରେ ଆମେମାନେ କଣ କରିବୁ , ଋଣ କେମିତି ସୁଝିବୁ , ଆଗାମୀ ଖରିଫ୍ ଚାଷ ପାଈଁ ଆମକୁ ଋଣ କିଏ ଦେବ ଓ ଆମ୍ଭ ପରିବାର ପ୍ରତିପୋଷଣ କିପରି କରିବୁ ବୋଲି ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି ।
ସରକାର ଙ୍କ ର କୁମ୍ଭକର୍ଣ୍ଣ ନିଦ୍ରା ଚାଷୀ ପରିବାର କୁ ଚିର ନିଦ୍ରା ରେ ଶୁଆଇବା ଲାଗି ବାଟ କାଢୁନି କି ? ବୋଲି ଚାଷୀ ସଂଘ ପ୍ରଶ୍ନ କରିବା ସହ ଏନେଇ ଆଗାମୀ ଦିନ ରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ଦାୟୀ ରହିବ ବୋଲି ସୂଚାଇଛନ୍ତି ।
ଏନେଇ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି ।

