!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ ପଟ୍ଟନାୟକ ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କଳାହାଣ୍ଡି) – ରାଜ୍ୟ ସରକାର ଯଦି ଓଡିଶା କୁ ନିଶା ମୁକ୍ତି ଓ ମଦ ମୁକ୍ତି ନ କରନ୍ତି ତେବେ ଆସନ୍ତା ସ୍ଵାଧୀନତା ଦିବସ ରେ ଜିତେନ୍ଦ୍ର ବାଗ ଙ୍କ ପରିବାର ସମୂହ ଆତ୍ମାହୁତି ଦେବେ ବୋଲି ଲିଖିତ ଭାବେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଜଣାଇବା ଘଟଣା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।
ନୂଆପଡ଼ା ଜିଲ୍ଲା ସିନାପଲ୍ଲୀ ବ୍ଲକ ର ଚଟିଆଗୁଡା ପଞ୍ଚାୟତ ର ମହୁଲକତା ଗ୍ରାମ ର୍ ଜିତେନ୍ଦ୍ର ବାଗ , ସ୍ତ୍ରୀ ସବିତା ବାଗ , ଝିଅ ତୁଳସୀ ବାଗ ଓ ପୁଅ ମକରନ୍ଦ ବାଗ ବର୍ଷେ ହେବ ଭବାନୀପାଟଣା ସହର ସ୍ଥିତ ୱାର୍ଡ ନମ୍ବର ୧୧ ର ଆଶାସାଗରପଡ଼ା ଠାରେ ଭଡ଼ା ଘରେ ରହୁଛନ୍ତି ।
ଜିତେନ୍ଦ୍ର କୁଲି ମଜୁରୀ କରି ପରିବାର ପାଳନ୍ତି । ଜିତେନ୍ଦ୍ର ଙ୍କ ସ୍ତ୍ରୀ ବାରମ୍ବାର ମଦ୍ୟପ ମାନଙ୍କ ଦ୍ୱାରା ମାରପିଟ ଏବଂ ବିଭିନ୍ନ ଅତ୍ୟାଚାର ର ସମ୍ମୁଖିନ ହୋଇ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ରୁ ଆସନ୍ତୋଷ ପ୍ରକାଶ କରିଥିବା ସବିତା ବାଗ କହିଛନ୍ତି ।
ତେଣୁ ଶେଷ ରେ ବାଧ୍ୟ ହୋଇ ଓଡିଶା ରେ ମଦ ମୁକ୍ତି ପାଇଁ ଲଢେଇ କରିବା କୁ ଏହି ପରିବାର ଆଗେଇ ଆସିଛନ୍ତି । ଏହି ପରିବାର ନିଶା ମୁକ୍ତ ସଂକଳ୍ପ ନେଇ ହାତ ରେ ତିରଙ୍ଗା ପତାକା ଓ ଚେତାବନୀ ବେନେର୍ ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠି ପହଞ୍ଚିଥିଲେ ।
ଆଗାମୀ ଦିନ ରେ କୌଣସି ପଦକ୍ଷେପ ନ ନିଆଗଲେ ଏଥି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଙ୍କୁ ଲିଖିତ ପତ୍ର ରେ ଜଣାଇଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ଓଡିଶା ରେ ଆଲୋଡନ ସୃଷ୍ଟି କରିଛି ।

