Site icon Ethara Sambhala

କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟଜଳ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)-  ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ର କେସିଙ୍ଗା ଏନ୍‌ଏସିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଘରେ ବିଶୁଦ୍ଧ ପାନୀୟଜଳ ସୁଜଳର ଏକ ସଚେତନ କାର୍ଯ୍ୟକ୍ରମ ୬ ତାରିଖଠାରୁ ୧୬ ତାରିଖ ଯାଏ ସଚେତନ କରାଯାଇଛି। ସହରର ୧୨ଟି ଓ୍ବାର୍ଡର ପ୍ରତ୍ୟେକ ଗଳିକନ୍ଦିକୁ ସଚେତନ ରଥ ଯାତ୍ରା କରି ଓ୍ବାର୍ଡବାସୀଙ୍କୁ ଜଳ ହିଁ ଜୀବନ ଲିପ୍‌ଲେଟ୍‌ ବଣ୍ଟନ କରିଥିଲେ। ପାନୀୟ ଜଳର ପ୍ରତ୍ୟେକ ବୁନ୍ଦା ମୂଲ୍ୟବାନ ଏହାର ସଠିକ୍‌ ବ୍ୟବହାର, ଜଳ ସଂରକ୍ଷଣ ସମସ୍ତଙ୍କ ପାଇଁ ଏହା ଏକ ଗୁରୁ ଦାୟିତ୍ୱ ଏବଂ ନିରାପଦ ଏବଂ ଗୁଣାତ୍ମକ ପାଇପ ଜଳ ଯୋଗାଣ, ଟ୍ୟାପ୍‌ରେ ସଫା ପାନୀୟ ଜଳ ରଖିବା ସହିତ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା, ଜଳସାଥୀଙ୍କ ଉପଯୁକ୍ତ ବ୍ୟବହାର ଉପରେ ଓ୍ବାର୍ଡବାସୀଙ୍କୁ ସଚେତନ କରାଯାଇଥିଲା। ଗୁରୁବାର ଉଦ୍‌ଯାପନୀ ଦିବସରେ ହିତାଧିକାରୀଙ୍କୁ ପାନୀୟଜଳ ସଫାସୁତୁରା ରଖିବା ସହ ଟ୍ୟାପ୍‌ ପରିସରରେ ଥିବା ଅଳିଆ ଆବର୍ଜନାକୁ ସଫା କରିବାକୁ ଉକ୍ତ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା। ସହରରେ ପ୍ରତ୍ୟେକ ଗଳିକନ୍ଦିରେ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥିବାରୁ ହିତାଧିକାରୀଙ୍କୁ ପାନୀୟ ଜଳକୁ ସଠିକ୍‌ ବ୍ୟବହାର କରିବା ପାଇଁ ସଚେତନ କରାଯାଇଛି।

Exit mobile version