Site icon Ethara Sambhala

ସରକାର ଙ୍କ ମାଳମାଳ ଯୋଜନା ତୃଣମୂଳ ସ୍ତରରେ ଅପହଞ୍ଚ ; ସହାୟତା ଅପେକ୍ଷାରେ ବୃଦ୍ଧା ପୁତନା ଜଗତ…..!

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ ବ୍ୟୁରୋ (ନୂଆପଡ଼ା) – ସରକାର ଙ୍କ ମାଳମାଳ ଯୋଜନା ତୃଣମୂଳ ସ୍ତରରେ ଅପହଞ୍ଚ। ଏହାର ଉଦାହରଣ ସୃଷ୍ଟି କରିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧିନସ୍ଥ କେନ୍ଦୁମୁଣ୍ଡା ଗ୍ରାମର ସ୍ଵର୍ଗତ ବଂଶୀଧର ଜଗତ ଙ୍କ ପରିବାର। ଗରିବୀ ଓ ଅସହାୟତା ର କଷଟି ପଥରରେ ଘସି ହୋଇ ଆର ପାରିକି ଚାଲିଯାଇଛନ୍ତି ବଂଶୀଧର। ବର୍ତ୍ତମାନ ପରିବାର ବୋଲି ୬୦ ବର୍ଷ ବୟସ୍କା ବିଧବା ସ୍ତ୍ରୀ ପୁତିନା ଜଗତ ଏବଂ ମାନସିକ ବିକାର ଗ୍ରସ୍ତ ଯୁବା ପୁଅ କୁଶଦେବ ଜଗତ। କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା ରୁ ଘର ଟିଏ ପାଇବା ଆଶାରେ ଦୌଡ଼ି ଦୌଡ଼ି ଭଙ୍ଗା ଦଦରା ଘର ଟିଏ ଛାଡି ଚାଲିଯାଇଛନ୍ତି ଅସହାୟ ପରିବାର ପାଇଁ। ପୁଅ ର ଚିକିତ୍ସା ପାଇଁ କିମ୍ବା ଭତ୍ତା ଟିଏ ପାଇଁ ହାତ ପତେଇ ନିରାଶ ହେବା ପରେ ଚିନ୍ତାରେ ପଡି ପାରାଲିସେସ୍ ରୋଗ ରେ ପଡ଼ି ଜୀବନ ଓ ଅସହାୟତା ସହ ସଂଘର୍ସ କରି ଫେଲ ମାରି ଶେଷରେ ବିଧବା ପତ୍ନୀ ଙ୍କୁ ପୁଅ ର ଭାର ଟେକି ଦେଇ ଯାଇଛନ୍ତି ବଂଶୀଧର।

ବର୍ତ୍ତମାନ ବିଧବା ପୁତନା ଜଗତ ଙ୍କ ବୃଦ୍ଧା ବୟସ ପୁଅ ର ସେବାରେ କରିବାରେ ଅସମର୍ଥ ହୋଇପଡିଛି। ଏପଟ ଭଙ୍ଗା ଦଦରା ଘର ପାଇଁ ଚାଳ ଯୋଗାଡ଼ କରିବା କିମ୍ବା ରୋଗୀଣା ପୁଅ ର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା କି ଭତ୍ତା ଟିଏ ଯୋଗାଡ କରିବା ତ ଦୂରର କଥା ନିଜ ବୃଦ୍ଧା ଅବସ୍ତା ପାଇଁ ବିଧବା କିମ୍ବା ବୃଦ୍ଧା ପେନସନ୍ ଯୋଗାଡିବା ରେ ଅସମର୍ଥା ପୁତନା ଜଗତ। ହାତ ବଢ଼ାଇଛନ୍ତି ସରକାରୀ କିମ୍ବା ବେଶରକାରୀ ସହାୟତା ପାଇଁ। ବର୍ତ୍ତମାନ ଏମାନଙ୍କ ସାହା ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମର ସହାୟତା। ତେବେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍ଥାନୀୟ ବି. ଡି. ଓ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରି ଖୁବ୍ ଶୀଘ୍ର ସହାୟତା ଯୋଗାଇବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି। ତଥାପି ଏବେବି ସହାୟତା ଅପେକ୍ଷାରେ ସ୍ଵର୍ଗତ ବଂଶୀଧର ଙ୍କ ପରିବାର।

Exit mobile version