Site icon Ethara Sambhala

ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ଧର୍ମଗଡ ବିଧାୟକ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଭବାନୀପାଟଣା) – ଅକ୍ଟୋବର ମାସ ୧୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ଦଶରା ମହା ସମାରୋହରେ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ବୁଢ଼ାରଜା ଦଶରା ପରିଚାଳନା କମିଟିର କର୍ମକର୍ତ୍ତା ଙ୍କ ମନ୍ଦିର ପରିସରରେ ପ୍ରସ୍ତୁତି କୁ ନେଇ ଆଲୋଚନା କରିଛନ୍ତି। ପ୍ରଭୁ ବୁଢ଼ାରଜା ଙ୍କ ନିକଟରେ ଜନ ମାନସ ର ଅଗାଢ଼ ବିଶ୍ୱାସ ଓ ଶ୍ରଦ୍ଧା ରହିଥିବା ବେଳେ ବୁଢ଼ାରଜା ଦଶରା ଜିଲ୍ଲା ର ଏକ ପ୍ରମୁଖ ମହୋତ୍ସବ ହୋଇଥିବା କାରଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୁଏ। ଦିନ ତମାମ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଗହଳି ଲାଗି ରହିଥାଏ। ବିଧାୟକ ଏନେଇ ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କ ସହ ଆଲୋଚନା କରି କେମିତି ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପରିଚାଳନା ହେବ ସେ ନେଇ କମିଟିର ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଦଶରା ପୂଜା କମିଟିର ସଭାପତି ଋତୁରାଜ ମାଝୀ, ଉପ ସଭାପତି ଗଙ୍ଗାଧର ନାଏକ, ସମ୍ପାଦକ ସନ୍ତୋଷ କୁମାର ମାଝୀ, ସହ ସମ୍ପାଦକ ସୀତାକାନ୍ତ ନାଏକ,କୋଷାଧ୍ୟକ୍ଷ ଵିଘ୍ନେଶ୍ବର ନାଏକ, ମୁଖ୍ୟ ପୂଜକ ଫକୀର ମୋହନ ପୁଝାରି, ମନୋରଞ୍ଜନ ବାଣୁଆ,ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, କୁମୁଦ ଚନ୍ଦ୍ର ପୁଝାରି,ନକୁଲ ବାଣୁଆ , ପ୍ରଶାନ୍ତ ମୁନି,ବିଜୟ ପଣ୍ଡା,ଭାସ୍କର ରାଓ,ତ୍ରିନାଥ ପ୍ରସନ୍ନ ରାୟ, ଯୁଗଳ କିଶୋର ମାଝୀ, ବିନୋଦ ସିଂ,ବିଜୟ ପଣ୍ଡା, ତିଲୋତ୍ତମା ନାଏକ, ବିଜେପି ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର ସମେତ ଆମପାଣି ଅଞ୍ଚଳ ର ଗ୍ରାମବାସୀ ଓ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Exit mobile version