Site icon Ethara Sambhala

ନୂତନ ସରକାର ଙ୍କ ବିଜ୍ଞାପିତ ଅଞ୍ଚଳ ଘୋଷଣାରୁ ଏମ ରାମପୁର କୁ ବାଦ ; ରାଜରାସ୍ତାକୁ ଓହ୍ଲାଇଲେ ଏମ.ରାମପୁର ଜନସାଧାରଣ

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ରାଜ୍ୟ ସରକାର ଙ୍କ ଦ୍ଵାରା ଗତ ୩୧ ତାରିଖ ରାଜ୍ୟ ର ଅନେକ ଅଞ୍ଚଳ ବିଜ୍ଞାପିତ ଅଞ୍ଚଳ ଘୋଷଣା କରାଯାଇଥିଲା। କିନ୍ତୁ ଏମ.ରାମପୁରକୁ ଏହି ଘୋଷଣାରେ ସାମିଲ ନ ହେବା ଯୋଗୁ ଅଞ୍ଚଳବସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜି ୪ ତାରିଖ ଗୁରୁବାର ଏମ.ରାମପୁର ସହର ବନ୍ଦ କରିଛନ୍ତି। ଗତ ସରକାର ଏମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ହେବ ବୋଲି ଘୋଷଣା କରିଥିଲେ। ମାତ୍ର ନୂତନ ସରକାର ସ୍ୱାୟତ୍ତ ଶାସନ ଦିବସରେ ନୂତନ ବିଜ୍ଞାପିତ ଅଞ୍ଚଳ ଘୋଷଣା କହିଥିବା ବେଲେ ଏମ ରାମପୁର କୁ ବାଦ ଦେଲେ ଯାହା ଫଳରେ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଏମ.ରାମପୁର କୁ ୨୦୧୧ ଜନଗଣନା ଅନୁସାରେ ସରକାର ଜନସଂଖ୍ୟା ସହର ମାନ୍ୟତା ଦେଇଥିଲେ।ରାଜ୍ୟରେ ନୂତନ ଘୋଷିତ ବିଜ୍ଞାପିତ ଅଞ୍ଚଳ ମଧ୍ୟରୁ ଅର୍ଦ୍ଧାଧିକ ଅଞ୍ଚଳର ଜନସଂଖ୍ୟା ଠାରୁ ଏମ.ରାମପୁର ଜନ ସଂଖ୍ୟା ଦୁଇ ଗୁଣ ଅଧିକ। ସେହିପରି ଏମ.ରାମପୁରର ମାସିକ ଆୟ ପାଖାପାଖି ଲକ୍ଷେ ଅଟେ। ଏଠାରେ ୪ ଗୋଟି ବ୍ଲକ୍ ଅଞ୍ଚଳ କୁ ନିୟନ୍ତ୍ରଣ କରୁଥିବା ଉପଖଣ୍ଡ କାର୍ଯ୍ୟାଳୟ ରହିଛି। ଏମ.ରାମପୁର ଦେଇ ଜାତୀୟ ରାଜପଥ ନଂ ୫୯, ରାଜ୍ୟ ରାଜପଥ ନଂ ୬(କ); ଜିଲା ମୁଖ୍ୟ, ଅନ୍ୟ ଜିଲା ମୁଖ୍ୟ ରାସ୍ତା ସଂଯୋଗୀ କରଣ ହୋଇ ଚାରିଛକ ରହିଛି। ଏହି ରାସ୍ତା ଦେଇ ସହସ୍ରାଧିକ ଯାନବାହାନ ଯାତାୟାତ ହେଉଛି। ଏହି ଜିଲ୍ଲାର ନର୍ଲା, କର୍ଲାମୁଣ୍ଡା, ଲାଞ୍ଜିଗଡ , ଏମ.ରାମପୁର ଆଦି ଅଞ୍ଚଳ ଲୋକେ ପ୍ରଶାସନିକ, ରାଜନୀତିକ, ନ୍ୟାୟିକ ଅନେକ ବହୁବିଧ କାର୍ଯ୍ୟ ପାଇଁ ଏମ.ରାମପୁର ରେ ନିର୍ଭର କରନ୍ତି। ଏମ.ରାମପୁର ଭଳି ଅଞ୍ଚଳ ଗୁରୁତ୍ଵ ବହନ କରୁଥିବା , ବିଜ୍ଞାପିତ ଅଞ୍ଚଳ ର ସମସ୍ତ ମାନଦଣ୍ଡ,ପରିମାପ ପରିପୂରଣ କରିପାରୁଛି। ଏହା ସହିତ ରାଜସ୍ବ ଉପଖଣ୍ଡ ମାନ୍ୟତା ମଧ୍ୟ ମାପଦଣ୍ଡ ପୁରାଣ କରୁଛି।ତେଣୁ ରାଜ୍ୟ ସରକାର ଯୋଥୋଚିତ ଦୃଷ୍ଟି ଦେଇ ଏମ.ରାମପୁର ଅଞ୍ଚଳ ର ଗ୍ରହଣୀୟ ଦାବି ପୂରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ଆଜିର ବନ୍ଦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମିତି ସଭ୍ୟ ତଥା ବି ଜେ ପି ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ସି ପି ଏମ୍ ନେତା ସତ୍ୟଜିତ ଚାଟାର୍ଜୀ, ପୂର୍ବତନ ସରପଞ୍ଚ କିଶୋର ପ୍ରହରାଜ, ଜିବେଶ୍ ପଣ୍ଡା, ଚିତ୍ତ ବାଗ, ସାମାଜିକ କର୍ମୀ ବିକାଶ ସିଂହଦେଓ (ଘନ), ନୀଳମାଧବ ସିଂହଦେଓ, ସତ୍ୟ ସାହୁ, ବାର ଆସୋସିଏସନ ସଭାପତି ଜୟ ସିଂହଦେଓ, ଚମରା ବଗର୍ତ୍ତି, ପ୍ରକାଶ ମାଝୀ, ଚିରାଗ ସିଂହ ଦେଓ , ଶ୍ରୀକାନ୍ତ ହୋତା ପ୍ରମୁଖ ନେତୃତ୍ଵ ନେଇ ଆନ୍ଦୋଳନରେ ଶତାଧିକ ଲୋକ ସାମିଲ ହୋଇଛନ୍ତି । ସକାଳୁ ଆରମ୍ଭ ହେଇଥିବ ଆନ୍ଦୋଳନ ଜାରି ରହିଛି। ଚାରି ଛକ ଠାରେ ଚାରି ପାଖ ରାସ୍ତା ବନ୍ଦ କରାଯାଇଛି। ସହର ସମସ୍ତ ଦୋକାନ, ବଜାର,ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି।

Exit mobile version