!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଜୟପାଟଣା) – କଳାହାଣ୍ଡି ଜିଲ୍ଲା ଜୟପାଟଣା ଶିବ ମନ୍ଦିର ଠାରେ ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ଉପଲକ୍ଷେ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ବୋଲବମ ଶ୍ରଦ୍ଧାଳୁ ଭକ୍ତ ମାନେ ଭାବ ବିହ୍ୱୋଳ ହୋଇ ଦଣ୍ଡ ମାରି ମାରି ମନ୍ଦିର ଠାରୁ ପ୍ରାୟ ତିନି କିଲୋମିଟର ଦୂର ଖାଇରମାଲ ନଦୀରୁ ଜଳ ଆଣିକ ପ୍ରଭୁ ଭୋଳାଶଙ୍କର ତ୍ରିକାଳ ଦର୍ଶୀ ଭଗବାନ ଶିବଙ୍କ ଠାରେ ଜଳାଭିଷେକ କରିଛନ୍ତି। ଏହି ସମାଗମ ଯୋଗୁଁ ମନ୍ଦିର ପରିବେଶ ଆନନ୍ଦ ମୟ ସ୍ୱର୍ଗ ପାଲଟି ଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ପବିତ୍ରମୟ ଭଗବାନଙ୍କ ପିଠସ୍ଥଳୀ ରେ ଉପସ୍ଥିତ ରହି ନିଜ ନିଜର ଜଳାଭିଷେକ କରିବା ସହ ମାନସିକ ପୂର୍ଣ୍ଣ କରିଛନ୍ତି। ଏହି ଆନନ୍ଦ ମୟ ଉତ୍ସବରେ ମନ୍ଦିର କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଭକ୍ତ ମାନଙ୍କୁ ସହଯୋଗ କରିବା ଦେଖିବାକୁ ମିଳିଛି। ଏଥି ସହିତ ମନ୍ଦିର କମିଟି ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here